ଦେଶ ବିଦେଶ

କଥା ରଖିଲେ ପୁଟିନ୍‌: ୟୁକ୍ରେନ୍‌ରେ ଫସିଥିବା ୩ ଭାରତୀୟଙ୍କୁ ଉଦ୍ଧାର କଲା ରୁଷ୍‌ ସେନା

ଏବେ ବି ଜାରି ରହିଛି ଯୁଦ୍ଧ। ଗତ ୨୧ ଦିନ ହେଲାଣି ରୁଷ୍‌ ଆକ୍ରମଣକୁ ସାମ୍ନା କରୁଛି ୟୁକ୍ରେନ୍‌। ୟୁକ୍ରେନ୍‌ର ଖେରସାନ୍‌ ସହରକୁ ରୁଷ୍‌ ଯବାନମାନେ ସମ୍ପୂର୍ଣ୍ଣ କବ୍‌ଜା କରିନେଇଛନ୍ତି। ଏଠାରେ ଫସିଥିବା ୩ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ରୁଷ୍‌ ଆର୍ମି ଏଠାରେ ଫସିଥିବା ଭାରତୀୟଙ୍କୁ ସିମ୍ଫରୋପୋଲ ଓ ମସ୍କୋ ରାସ୍ତାରେ ସୁରକ୍ଷିତ ଭାବେ ବାହାର କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ କ୍ଷେତ୍ରରେ ରୁଷ୍‌ ସେନା ଭାରତୀୟଙ୍କୁ ବାହାରିବାରେ ସାହାଯ୍ୟ କରିବା ଏମିତି ମାମଲା ପ୍ରଥମ। ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ପୂର୍ବ ସୀମା ଓ ରୁଷ୍‌ ରାସ୍ତାରେ ଭାରତୀୟମାନେ ବାହାରିଛନ୍ତି।

ମସ୍କୋସ୍ଥିତ ଭାରତୀୟ ଦୂତାବାସ ସିମ୍ଫରୋପୋଲ (କ୍ରିମିଆ) ଓ ମସ୍କୋ ରାସ୍ତାରେ ଏହି ୩ ଭାରତୀୟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ୨ ଜଣ ବିଜ୍‌ନେସ୍‌ମ୍ୟାନ୍‌।

ଦୂତାବାସର ଜଣେ ଅଧିକାରୀ କହିଛନ୍ତି, ଆମେ ସିମ୍ଫରୋପୋଲ ପାଇଁ ବସ୍‌ ବ୍ୟବସ୍ଥା କରିଥିଲୁ। ଏହା ପରେ ଟ୍ରେନ୍‌ରେ ୩ ଭାରତୀୟଙ୍କୁ ମସ୍କୋ ପର୍ଯ୍ୟନ୍ତ ଅଣାଯାଇଥିଲା। ତା’ ପରେ ମସ୍କୋରୁ ତାଙ୍କୁ ଭାରତ ପଠାଯାଇଛି। ଉଦ୍ଧାର ହୋଇଥିବା ୩ ଜଣଙ୍କ ମଧ୍ୟରୁ ଛାତ୍ରଙ୍କ ଘର ଚେନ୍ନାଇ ହୋଇଥିବା ୨ ବ୍ୟବସାୟୀ ଅହମ୍ମଦାବାଦର ବାସିନ୍ଦା।

ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେଠାରେ ହଜାର ହଜାର ଭାରତୀୟ ଫସିଯାଇଥିଲେ। ଭାରତ ସରକାର ଅପରେସନ୍‌ ଗଙ୍ଗା ମାଧ୍ୟମରେ ଏକାଧିକ ଥର ଅନେକ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି। ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ କଥା ହୋଇ ୟୁକ୍ରେନ୍‌ରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଦିଗରେ ଆଲୋଚନା କରିଥିଲେ। ପୁଟିନ୍‌ ସେତେବେଳେ ଭାରତୀୟଙ୍କୁ ସୁରକ୍ଷିତରେ ଉଦ୍ଧାର କରାଯିବ ବୋଲି ମୋଦିଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଓ ଏବେ ନିଜ କଥା ରଖିଛନ୍ତି।

Also Read: ଧ୍ୟାନ ଦିଅନ୍ତୁ! ଆଜିଠୁ ୭ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, କରିପାରିବେନି କୌଣସି କାମ

WCW 11

Recent Posts

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

3 mins ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫି ଗାର୍ଡ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

5 mins ago

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି…

18 mins ago

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୩ ଆହତ

ବେଗୁନିଆ : ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ବୋଲଗଡ ଦେଇ ଯାଇଥିବା ଜାତୀୟ ରାଜପଥର ପଞ୍ଚୁକୋଟ ନିକଟରେ ରାୟଗଡ଼ାରୁ…

21 mins ago

କୁଲରରେ ପରିଣତ ହେଲା ପୁରୁଣା ଟିଭି, ସୋଶିଆଲ ମିଡିଆରେ ଭିଡିଓ ଭାଇରାଲ୍‌

ଯୁଗାଡ଼କୁ ନେଇ ଭାରତରେ କୌଣସି ବିରତି ନାହିଁ । ଏଠାରେ ପ୍ରତ୍ୟେକ ସମସ୍ୟାର ସୁଲଭ ଏବଂ ଦୃଢ଼ ସମାଧାନ ରହିଛି…

25 mins ago

ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଚାଳଛପର ଘର

ଆଳି : ହୁତୁ ହୁତୁ ହୋଇ ଜଳିଗଲା ୪ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବଡ଼ମାନପୁର…

43 mins ago