ଦେଶ ବିଦେଶ

ମଣିପୁରରେ ପୁଣି ଏକ ଯୌନ ଉତ୍ପୀଡ଼ନ ମାମଲା, ପୀଡ଼ିତା ବଖାଣିଲେ ସେହି ଭୟଙ୍କର ଘଟଣା

ମଣିପୁରରେ ଜାତି ହିଂସା ବେଳେ ଯୌନ ଉତ୍ପୀଡ଼ନର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଆଶ୍ରୟ ଶିବିରରେ ରହୁଥିବା ଜଣେ ପୀଡ଼ିତା ଏ ନେଇ ପୋଲିସରେ ଅଭିଯୋଗ କରିବା ପରେ ଆଇପିସି ଧାରା ୩୭୬ଡି, ୩୫୪, ୧୨୦ବି ଓ ୩୪ ଅଧୀନରେ ମାମଲା ରୁଜୁ ହୋଇଛି। ଘଟଣା ଘଟିଛି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ। ଏଠାରେ ୩୭ ବର୍ଷୀୟା ଜଣେ ମହିଳାଙ୍କ ଅଭିଯୋଗ ମୁତାବକ, ଏକ ପୁରୁଷ ଗୋଷ୍ଠୀ ତାଙ୍କ ସହିତ ଜୋର୍‌ ଜବରଦସ୍ତ ଯୌନ ଉତ୍ପୀଡ଼ନ କରିଛନ୍ତି।

ପୀଡ଼ିତା କହିଛନ୍ତି ଯେ ରାଜ୍ୟରେ ଦୁଇ ମହିଳାଙ୍କୁ ଉଲଗ୍ନ କରି ପରେଡ୍‌ କରାଇବା ଘଟଣା ସମ୍ପର୍କରେ ଜାଣିବା ପରେ ମୁଁ ପୋଲିସ ନିକଟକୁ ଯିବାକୁ ସାହସ ଜୁଟାଇଥିଲି। ମୁଁ ନିଜର ଏବଂ ନିଜ ପରିବାରର ଇଜ୍ଜତ ବଞ୍ଚାଇବା ତଥା ସାମାଜିକ ବହିଷ୍କାରରୁ ରକ୍ଷା ପାଇବା ପାଇଁ ଘଟଣାର ଖୁଲାସା କରି ନ ଥିଲି। ସାମାଜିକ କଳଙ୍କ ସହିବା ସ୍ଥିତିରେ ମୁଁ ନ ଥିଲି ଏବଂ ଜୀବନ ହାରିବାକୁ ଚାହୁଁଥିଲି।

ଅଭିଯୋଗ ଅନୁସାରେ, ମେ’ ୩ ସନ୍ଧ୍ୟା ସାଢ଼େ ୬ଟା। ଉତ୍ତ୍ୟକ୍ତ ଲୋକେ ମହିଳା ଏବଂ ତାଙ୍କ ପଡ଼ୋଶୀଙ୍କ ଘର ଜାଳିବା ଆରମ୍ଭ କରିଥିଲେ। ଏଭଳି ସ୍ଥିତିରେ ପୀଡ଼ିତା ନିଜର ଦୁଇ ପୁଅ, ଝିଆରୀ ଓ ଭାଉଜ ସହିତ ଘଟଣାସ୍ଥଳରୁ ଦୌଡ଼ିବାକୁ ଲାଗିଥିଲେ। ଭାଉଜ ଏକ ଛୁଆକୁ ପିଠିରେ ପକାଇ ଆଗରେ ଦୌଡ଼ୁଥିବା ବେଳେ ପୀଡ଼ିତା ଝିଆରୀକୁ ପିଠିରେ ପକାଇ ଆଉ ଏକ ଛୁଆର ହାତ ଧରି ପଛରେ ଦୌଡ଼ୁଥିଲେ। ସେହି ସମୟରେ ହଠାତ୍‌ ପୀଡ଼ିତା ତଳେ ପଡ଼ିଯାଇଥିଲେ ଏବଂ ରାସ୍ତାରୁ ଉଠିବାକୁ ଅସମର୍ଥ ଥିଲେ।

ସେ କହିଛନ୍ତି ଯେ ମୁଁ ତଳେ ପଡ଼ିଯାଇଥିବା ଦେଖି ଭାଉଜ ମୋ ପାଖକୁ ଦୌଡ଼ି ଆସିଥିଲେ ଏବଂ ମୋ ପିଠିରୁ ଝିଆରୀକୁ ଉଠାଇ ମୋର ଦୁଇ ପୁଅଙ୍କୁ ଧରି ସେଠାରୁ ପଳାଇଯାଇଥିଲେ। ଯେତେବେଳେ ମୁଁ ଉଠିବାକୁ ଅସମର୍ଥ ଥିଲି, ସେତେବେଳେ ୫/୬ ଜଣ ଯୁବକ ତାଙ୍କ ପାଖକୁ ଆସି ଜୋର୍‌ରେ ଗାଳି ଦେଇଥିଲେ। ଏହାପରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ସେ ଏହାକୁ ବିରୋଧ କରିବାରୁ ଏହି ଗୋଷ୍ଠୀ ତାଙ୍କୁ ତଳେ ପକାଇ ଯୌନ ଉତ୍ପୀଡ଼ନ କରିଥିଲେ।

Roshni

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

11 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

29 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

35 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

40 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

49 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago