ଦେଶ ବିଦେଶ

ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା : ନଦୀରେ ବୁଡିଲା ସ୍କୁଲ ପିଲା ଯାଉଥିବା ଡଙ୍ଗା, ୪ ମୃତ, ୩ ନିଖୋଜ

ଜମ୍ମୁ କଶ୍ମୀରର ଶ୍ରୀନଗରରେ ବଡ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ବୁଡିଯିବାରୁ ଝେଲମ ନଦୀରେ ଯୋଗୁଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଉଛି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ପିଲା ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି ।

ତେବେ କଶ୍ମୀରରେ ଏବେ ପାଣିପାଗ ଖରାପ ରହିଛି । ଗତ ୭୨ ଘଣ୍ଟାରେ ବର୍ଷ ଯୋଗୁଁ ଝେଲମ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହାଛଡା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଲର୍ଟ ଜାରି କରାଯାଇଛି ।

ସେପଟେ ପୁଞ୍ଛ ଜିଲ୍ଲାର ମେଣ୍ଡର ସବ୍‌ ଡିଭିଜନରେ ଲଗାତାର ବର୍ଷା ଯୋଗୁଁ ସମସ୍ୟା ବଢିବାରେ ଲାଗିଛି । ମେଣ୍ଡର ଅଞ୍ଚଳରେ ନଦୀ ମଧ୍ୟରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସବୁ ନଦୀ, ନାଳ ଉଛୁଳିଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୧ ତାରିଖରେ ହରିୟାଣାର ମହେନ୍ଦ୍ରଗଢର କନୀନାରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ପିଲା ଆହତ ହୋଇଥିଲେ । ବସ୍‌ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବା ପିଲାମାନେ କହିଥିଲେ । ଘଟଣାଟି ଇଦ୍‌ ଦିନ ଘଟିଥିଲା । ଇଦ୍‌ରେ ସ୍କୁଲ ଛୁଟି ଥିବା ବେଳେ ଏହି ଘରୋଇ ସ୍କୁଲ ଥିବା ଯୋଗୁଁ ପ୍ରିନ୍ସିପାଲକୁ ଗିରଫ କରାଯିବା ସହିତ ସ୍କୁଲର ରେଜିଷ୍ଟ୍ରେସନ ରଦ୍ଦ ହୋଇଥିଲା ।

ହରିୟାଣା ଯମୁନାନଗରରେ ସ୍କୁଲ ପିଲା ଭର୍ତ୍ତି ଥିବା ଏକ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

2 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

3 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

3 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

5 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

6 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

6 hours ago