ଜମ୍ମୁ କଶ୍ମୀରରେ ପ୍ରବଳ ବର୍ଷା : ନଦୀରେ ବୁଡିଲା ସ୍କୁଲ ପିଲା ଯାଉଥିବା ଡଙ୍ଗା, ୪ ମୃତ, ୩ ନିଖୋଜ
ଜମ୍ମୁ କଶ୍ମୀରର ଶ୍ରୀନଗରରେ ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ବୁଡିଯିବାରୁ ଝେଲମ ନଦୀରେ ଯୋଗୁଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଉଛି । ୩ ଜଣ ପିଲା ନିଖୋଜ ରହିଛନ୍ତି ।

ଜମ୍ମୁ କଶ୍ମୀରର ଶ୍ରୀନଗରରେ ବଡ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାକୁ ନେଇ ଯାଉଥିବା ଡଙ୍ଗା ବୁଡିଯିବାରୁ ଝେଲମ ନଦୀରେ ଯୋଗୁଁ ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ୧୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଉଛି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ୩ ଜଣ ପିଲା ନିଖୋଜ ରହିଛନ୍ତି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଚାଲିଛି ।
ତେବେ କଶ୍ମୀରରେ ଏବେ ପାଣିପାଗ ଖରାପ ରହିଛି । ଗତ ୭୨ ଘଣ୍ଟାରେ ବର୍ଷ ଯୋଗୁଁ ଝେଲମ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏହାଛଡା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଲର୍ଟ ଜାରି କରାଯାଇଛି ।
Srinagar Admin launches rescue operation at Gandbal near Batwara where a boat capsized in the River Jhelum early this morning.
On the directions of the DC, Srinagar, Dr Bilal Mohi-Ud-Din Bhat, rescue teams reached the spot to safeguard the human lives@diprjk @DrBilalbhatIAS pic.twitter.com/jI4NwfZuOg
— Srinagar district administration (@srinagaradmin) April 16, 2024
ସେପଟେ ପୁଞ୍ଛ ଜିଲ୍ଲାର ମେଣ୍ଡର ସବ୍ ଡିଭିଜନରେ ଲଗାତାର ବର୍ଷା ଯୋଗୁଁ ସମସ୍ୟା ବଢିବାରେ ଲାଗିଛି । ମେଣ୍ଡର ଅଞ୍ଚଳରେ ନଦୀ ମଧ୍ୟରେ ଫସିଥିବା ୪ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରବଳ ବର୍ଷା ଯୋଗୁଁ ସବୁ ନଦୀ, ନାଳ ଉଛୁଳିଛି । ଏହାକୁ ଦେଖି ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ସୂଚନାଯୋଗ୍ୟ, ଏପ୍ରିଲ ୧୧ ତାରିଖରେ ହରିୟାଣାର ମହେନ୍ଦ୍ରଗଢର କନୀନାରେ ଏକ ସ୍କୁଲ ବସ୍ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ପିଲା ଆହତ ହୋଇଥିଲେ । ବସ୍ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବା ପିଲାମାନେ କହିଥିଲେ । ଘଟଣାଟି ଇଦ୍ ଦିନ ଘଟିଥିଲା । ଇଦ୍ରେ ସ୍କୁଲ ଛୁଟି ଥିବା ବେଳେ ଏହି ଘରୋଇ ସ୍କୁଲ ଥିବା ଯୋଗୁଁ ପ୍ରିନ୍ସିପାଲକୁ ଗିରଫ କରାଯିବା ସହିତ ସ୍କୁଲର ରେଜିଷ୍ଟ୍ରେସନ ରଦ୍ଦ ହୋଇଥିଲା ।
ହରିୟାଣା ଯମୁନାନଗରରେ ସ୍କୁଲ ପିଲା ଭର୍ତ୍ତି ଥିବା ଏକ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ ।