କେନ୍ଦୁଝରରେ ହିଟ୍ ଆଣ୍ଡ୍ ରନ୍, ୨ଜଣଙ୍କୁ ଚାପି ବାଇକ ଉପରେ ଚଢ଼ିଗଲା ଟ୍ରକ

କେନ୍ଦୁଝର ଟାଉନ ଥାନା ଧୂପର୍ଦା ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ଭାରସାମ୍ୟ ହରାଇ ୨ଜଣଙ୍କ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣା ପରେ ଟ୍ରକଟି ଆଉ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକଟି ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଟାଉନ ଥାନା ଧୂପର୍ଦା ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଦୋକାନ ନିକଟରେ ଠିଆ ହୋଇଥିବା ସମୟରେ ଭାରସାମ୍ୟ ହରାଇ ୨ଜଣଙ୍କ ଉପରେ ଚଢିଗଲା ଟ୍ରକ୍ । ଦୁର୍ଘଟଣା ପରେ ଟ୍ରକଟି ଆଉ ଏକ ବାଇକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ବାଇକଟି ମଧ୍ୟ ସମ୍ପୂର୍ଣ୍ଣ ଜଳିପୋଡି ନଷ୍ଟ ହୋଇଯାଇଛି । ବାଇକରେ ଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ଅନୁଗୁଳରେ ଯାତ୍ରୀବାହୀ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବସ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରଯାଇଛି । ଡ଼ଲଫିନ ନାମକ ବସ ସମ୍ବଲପୁରରୁ ପୁରୀ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଲି ବୋଝେଇ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.