ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର, ଚାକିରି କରାଇବା ନାରେ ରଖାଯାଇଥିଲା ବନ୍ଦୀ

ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ଚାକିରି ଦେବା ନାଁରେ ଯୁବତୀଙ୍କୁ ଆଣି ବନ୍ଦ ଘରେ ରଖାଯାଇଥିଲା । ଉଦ୍ଧାର ଯୁବତୀ ଗଞ୍ଜାମ ଓ ବ୍ରହ୍ମପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ବାରିପଦା (କେନ୍ୟୁଜ): ବନ୍ଦ ଘରୁ ୧୩ ଯୁବତୀ ଉଦ୍ଧାର । ବାରିପଦା ଭଞ୍ଜପୁର ଥାନା ଅଞ୍ଚଳରେ ଏକ ଭଡ଼ାଘରୁ ଯୁବତୀ ମାନଙ୍କୁ ଉଦ୍ଧାର କରାଯାଇଛି । ମୋଟା ଅଙ୍କର ଚାକିରି ଦେବା ଆଳରେ ଯୁବତୀଙ୍କୁ ଆଣି ଏହି ଘରେ ଅଟକ ରଖା ଯାଇଥିଲା । ଘଟଣା ହେଉଛି ବାରିପଦା ଭଞ୍ଜପୁର ଥାନା ଅଧୀନ ବିଜୟରାମଚନ୍ଦ୍ରପୁର ଅଞ୍ଚଳର ।  ସ୍ଥାନୀୟ ଲୋକଙ୍କ ସନ୍ଦେହ ହେବାରୁ ପୋଲିସ ସହାୟତାରେ ଯୁବତୀମାନଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାସ୍ଥଳରେ ରାଜସ୍ଵ ମନ୍ତ୍ରୀ ସୁଦାମ ମାର୍ଣ୍ଡୀ ପହଁଚି ଜିଲ୍ଲାପାଳ ଓ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ପୋଲିସ ଯୁବତୀମାନଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକକୁ ମଧ୍ୟ ଅଟକ ରଖି ପଚରା ଉଚରା କରୁଛି । ସମସ୍ତ ଯୁବତୀ ଗଜପତି, ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳର ବୋଲି ଜଣା ପଡିଛି । ଦୀର୍ଘ ୬ ମାସ ଧରି ଯୁବତୀମାନଙ୍କୁ ବିଭିନ୍ନ ସ୍ଥାନକୁ ନିଆଯିବା ସହ ଏଠାକୁ ଆଣି ରଖା ଯାଇଥିବା ସେମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.