ଆଇପିଏଲ ୨୦୨୪ : RCB କୁ ବଡ ଝଟକା, ଅଧାରୁ ହାତ ଛାଡିଲେ ଗ୍ଲେନ ମ୍ୟାକ୍ସୱେଲ

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅଧାରୁ ଆରସିବି ହାତ ଛାଡିଛନ୍ତି । ଏହା ପଛର କାରଣ ମାନସିକ ତଥା ଶାରୀରିକ କ୍ଳାନ୍ତ ଯୋଗୁଁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଆରସିବି ଆଇପିଏଲ୍‌ ୨୦୨୪ ସିଜିନରେ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି ।

ଆଇପିଏଲ ୨୦୨୪ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଅଧାରୁ ଆରସିବି ହାତ ଛାଡିଛନ୍ତି । ଆରସିବି ଆଇପିଏଲ୍‌ ୨୦୨୪ ସିଜିନରେ ୭ଟି ମ୍ୟାଚରୁ ୬ଟି ମ୍ୟାଚରେ ପରାସ୍ତ ହୋଇଛି । ଆଉ ଗୋଟିଏ ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ଦେଇପାରେ । ଆଇପିଏଲ୍‌ର ଚଳିତ ସିଜିନରେ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ବେଶ୍‌ ଖରାପ ରହିଛି ।

ଖବର ମୁତାବକ, ଆରସିବି ଟିମର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଆଇପିଏଲ୍‌ ୨୦୨୪ ସିଜିନରୁ ବାଦ୍‌ ପଡିଛନ୍ତି । ତେବେ ଏହା ପଛର କାରଣ ମାନସିକ ତଥା ଶାରୀରିକ କ୍ଳାନ୍ତ ଯୋଗୁଁ ଦଳରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଆରସିବିର ପ୍ରଥମ ୬ଟି ମ୍ୟାଚରେ ମ୍ୟାକ୍ସୱେଲଙ୍କ ପ୍ରଦର୍ଶନ ଖରାପ ରହିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚରେ ତାଙ୍କୁ ସୁଯୋଗ ଦିଆ ଯାଇନଥିଲା । ଏହି ମ୍ୟାଚରେ ତାଙ୍କୁ ଚୟନ ନ କରିବା ପାଇଁ ଟିମ ମ୍ୟାନେଜମେଣ୍ଟକୁ ସେ ଅନୁରୋଧ କରିଥିଲେ । ଆରସିବି ପକ୍ଷରୁ ଚଳିତ ସିଜନର ୬ଟି ମ୍ୟାଚରେ ମ୍ୟାକ୍ସୱେଲ ମାତ୍ର ୩୨ ରନ୍ କରିଥିବା ବେଳେ ୩ଥର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ସେହିପରି ବୋଲିଂରେ ମାତ୍ର ୪ଟି ୱିକେଟ ହାସଲ କରିଛନ୍ତି ଷ୍ଟାର ଅଲରାଉଣ୍ଡର ।

ଦଳରେ ସକରାତ୍ମକ ଭାବରେ ଯୋଗ ଦାନ କରି ପାରୁ ନଥିବାରୁ ଦଳରୁ କିଛି ଦିନ ବିଶ୍ରାମ ପାଇଁ ସେ ଅନୁରୋଧ କରିଥିଲେ । ପ୍ରଥମ କିଛି ମ୍ୟାଚ ବ୍ୟକ୍ତିଗତ ଭାବରେ ଭଲ ନ ହେବାରୁ ଏଭଳି ନିଷ୍ପତ୍ତି ନେଇଥିଲେ । ତେବେ ଯଦି ସେ ମାନସିକ ଏବଂ ଶାରୀରିକ ଥକ୍କାପଣରୁ ଆରାମ ପାଆନ୍ତି, ତେବେ ନିଶ୍ଚିତ ଟିମ୍‌କୁ କମବ୍ୟାକ୍‌ କରିବେ ବୋଲି କହିଛନ୍ତି । ତେଣୁ ଖରାପ ପ୍ରଦର୍ଶନ ପରେ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେବା ଉଚିତ ବୋଲି ଅଧିନାୟକ ଫାଫ୍ ଡୁପ୍ଲେସିସ ଏବଂ କୋଚଙ୍କୁ ଅନୁରେଧ କରିଥିଲେ ମ୍ୟାକ୍ସୱେଲ । ତେବେ ଆରସିବି ଟିମ୍‌ ଆଇପିଏଲ ୨୦୨୪ ପଏଣ୍ଟ ତାଲିକାର ଶେଷରେ ରହିଛି । ଆରସିବି ୭ଟି ମ୍ୟାଚ ଖେଳିଥିବା ବେଳେ କେବଳ ଗୋଟିଏ ମ୍ୟାଚ ଜିତିଛି ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଟି୨୦ ଅଧିନାୟକ ମିଚେଲ ମାର୍ଶ ହେମଷ୍ଟ୍ରିଂ ଇନଜ୍ୟୁରୀ ଯୋଗୁଁ ମେଡିକାଲ ଟିମଙ୍କ ତଦାରଖରେ ରହିଛନ୍ତି । ମାର୍ଶ ଦିଲ୍ଲୀ କ୍ୟାପିଟାଲ୍ସ ଟିମରେ ଖେଳୁଥିଲେ । ଖବର ମୁତାବକ, ମିଚେଲ ମାର୍ଶ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଟିମର ଅଧିନାୟକ ରହିଛନ୍ତି । ତେଣୁ ଦିଲ୍ଲୀ ଟିମ ମ୍ୟାନେଜମେଣ୍ଟ ସହିତ କଥା ହେବା ପରେ ତାଙ୍କୁ ସ୍ୱଦେଶ ଫେରାଇ ନେଇଛି ଅଷ୍ଟ୍ରେଲିଆ ।  ମାର୍ଶଙ୍କ ଛଡା ଅଷ୍ଟ୍ରେଲିଆ ଟିମର ଷ୍ଟାର ବ୍ୟାଟର ଡେଭିଡ ଓ୍ଵାର୍ଣ୍ଣର ମଧ୍ୟ ଆହତ ହୋଇଛନ୍ତି । ଲକ୍ଷ୍ନୌ ବିପକ୍ଷ ମ୍ୟାଚରେ କ୍ୟାଚ ଧରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.