ଖୁବଶୀଘ୍ର ଲଞ୍ଚ ହେବ ମହିନ୍ଦ୍ରାର 5 ଡୋର SUV, ଜାଣନ୍ତୁ ଫିଚର୍ସ ଓ ଦାମ୍‌

ମହିନ୍ଦ୍ରାର ନୂଆ ଗାଡି ଭାରତୀୟ ବଜାରରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଏହା ଏକ 5 ଡୋର SUV । ମହିନ୍ଦ୍ରାର ଏହି SUVରେ ଅନେକ ନୂଆ ଫିଚର ସାମିଲ କରାଯାଇଛି ।

ମହିନ୍ଦ୍ରା ଏମିତି ଏକ କମ୍ପାନୀ ଯାହା ନିଜ ୟୁଜରଙ୍କ ପାଇଁ ସବୁବେଳେ ଭଲ ଭଲ ମଡେଲ ଆଣିଥାଏ । ଏହି ମଡେଲ ବି ଖୁବ୍‌ କମ ଦାମରେ ମିଳେ, ଯେଉଁଥିପାଇଁ କାର ଲଭରମାନେ ମହିନ୍ଦ୍ରା କାର କିଣିବାକୁ ଅଧିକ ପସନ୍ଦ କରନ୍ତି । ତେବେ ମହିନ୍ଦ୍ରାର ନୂଆ ଗାଡି ଭାରତୀୟ ବଜାରରେ ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଏହା ଏକ 5 ଡୋର SUV । ମହିନ୍ଦ୍ରାର ଏହି SUVରେ ଅନେକ ନୂଆ ଫିଚର ସାମିଲ କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ମଡେଲ କେବେ ଲଞ୍ଚ ହେବ ଏବଂ ଏହାର ଦାମ୍‌ କେତେ ରହିବ ।

ବହୁ ଖୋଜା ଯାଉଥିବା କାର ମଧ୍ୟରୁ ଭିନ୍ନ ହେଉଛି ମହିନ୍ଦ୍ରା ଥାର୍‌ 5 ଡୋର ଥିବା SUV । ମହିନ୍ଦ୍ରାର ଏହି 5 ଡୋର୍‌ SUV ହେଉଛି ଥାର୍ 3 ଡୋରର ଅପଗ୍ରେଡ୍ ମଡେଲ୍ । ମହିନ୍ଦ୍ରାର ଏହି କାର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ତେବେ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ରେ ମହିନ୍ଦ୍ରା କମ୍ପାନୀ ଏହି 5 ଡୋର SUV ଲଞ୍ଚ କରିବ ବୋଲି କୁହାଯାଉଛି ।

ଆର୍ମଡା ନେମପ୍ଲେଟ୍ ସହିତ ମହିନ୍ଦ୍ରା ଥାର୍ 5 ଡୋର SUV ଭାରତୀୟ ବଜାରରେ ଲଞ୍ଚ କରାଯିବ ବୋଲି ସୂଚନା ରହିଛି । ଏହା 3 ଡୋର୍‌ SUV ଅପେକ୍ଷା ଅଧିକ ପ୍ରିମିୟମ୍ କାର ବୋଲି ପ୍ରମାଣିତ ହୋଇପାରେ । ମହିନ୍ଦ୍ରାର ଏହି କାରରେ ୧୯ ଇଞ୍ଚର ଆଲୋଇ ହ୍ଵିଲ୍ସ, ସନରୁଫ୍‌ , ରିୟର କ୍ୟାମେରା ମିଳିପାରିବ । ଏହା ବ୍ୟତୀତ ଏହି କାରରେ ଡିଜିଟାଲ୍ ଇନଷ୍ଟମେଣ୍ଟ କ୍ଲଷ୍ଟର ଥାଇପାରେ । ଏହି ପ୍ରିମିୟମ୍ କାରରେ ରିୟର ସିଟ୍ ସ୍ପେସ୍‌ ଅଧିକ ରହିଥିବା ଆଶା କରାଯାଉଛି ।

ମହିନ୍ଦ୍ରା ଥାର୍‌ 5 ଡୋର SUV 2.0 ଲିଟର ଟର୍ବୋ ପେଟ୍ରୋଲ ଏବଂ 2.2 ଲିଟର ଡିଜେଲ, 4×2 ଏବଂ 4×4 ଇଞ୍ଜିନ ଭାରିଆଣ୍ଟରେ ଆସିବ । କାରରେ ଏକ ଟ୍ୱିକ୍ଡ ଗ୍ରିଲ୍ ମଧ୍ୟ ଥାଇପାରେ । DRL ସହିତ ଏଥିରେ ଏଲଇଡି ହେଡଲ୍ୟାମ୍ପ ଭଳି ଫିଚର୍ସ ସାମିଲ କରାଯାଇପାରେ । ମହିନ୍ଦ୍ରାର ଏହି ଗାଡିରେ 5 ଡୋର ସାମିଲ ହେବାକୁ ଯାଉଛି । ମହିନ୍ଦ୍ରା ଥାର 5 ଡୋର୍‌ ଏସୟୁଭିର ଦାମ୍‌ ୨୫ ରୁ ୨୬ ଲକ୍ଷ ମଧ୍ୟରେ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.