ଦେଶ ବିଦେଶ

ନିଜ ବାହାଘର କାର୍ଯ୍ୟକ୍ରମ ବେଳେ ଛୁଆ ଜନ୍ମ ଦେଲା କନ୍ୟା, ପରିବାରରେ ଖେଳିଗଲା ଖୁସିର ଲହରୀ

ହିନ୍ଦୁ ଧର୍ମରେ ୧୬ ସଂସ୍କାର ମଧ୍ୟରୁ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର। ଏଥିରେ ଗୋଟିଏ ଜନ୍ମ ନୁହେଁ, ବରଂ ୭ ଜନ୍ମ ପାଇଁ ଏକାଠି ରହିବାକୁ ରାଣ ଖାଇବାକୁ ପଡ଼ିଥାଏ। ଏଣୁ ଭାରତରେ ବିବାହ ଖୁବ୍‌ ଧୁମ୍‌ ଧାମ୍‌ରେ ଆୟୋଜିତ ହୋଇଥାଏ। କିନ୍ତୁ ଛତିଶଗଡ଼ରେ ବିବାହ ବେଳେ ଏକ ଅଜବ ସ୍ଥିତି ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଦୋହଲାଇ ଦେଇଛି। ନିକଟରେ ଛତିଶଗଡ଼ର କୋଣ୍ଡା ଗାଓଁ ଜିଲ୍ଲାରେ ହଳଦୀ ରସମ୍‌ ବେଳେ କନ୍ୟା ଏକ ଛୁଆ ଜନ୍ମ ଦେଇଛି। ବିବାହ ଉତ୍ସବ ବେଳେ ଛୁଆ ଜନ୍ମ ଏହି ପରିବାରର ଖୁସିକୁ ଦୁଇଗୁଣିତ କରିଦେଇଥିବା ଦେଖିବାକୁ ମିଳିଛି।

ଏହି ନିଆରା ବିବାହ ମାମଲା କୋଣ୍ଡା ଗାଓଁ ଜିଲ୍ଲାର ବଡ଼େରାଜପୁର ବ୍ଲକ ଅନ୍ତର୍ଗତ ବାଂସକୋଟ୍‌ ଗାଁରେ ସାମ୍ନାକୁ ଆସିଛି। ଏହି ବିବାହ କାର୍ଯ୍ୟକ୍ରମ ବେଳେ କନ୍ୟା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛି। ହଳଦୀ ସେରିମନି ଆରମ୍ଭ ହେବା ବେଳେ କନ୍ୟାର ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ହଳଦୀ କାର୍ଯ୍ୟକ୍ରମ ରୋକି କନ୍ୟାକୁ ପରିବାର ଲୋକେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି।

Image Credit: Twitter

ପ୍ରକାଶ ଯେ ଆଦିବାସୀ ସମାଜରେ ଏହା ଏକ ସାଧାରଣ କଥା। ଏହି ପ୍ରଥାର ନାଁ ପିଠୁ। ଏହି ପ୍ରଥାନୁସାରେ, ଝିଅଟି ବିବାହ ପୂର୍ବରୁ ନିଜ ପସନ୍ଦର ଏକ ଯୁବକ ଘରେ ରହିଥାଏ। ଏହି ସମୟରେ ସେମାନେ ସ୍ୱାମୀ ସ୍ତ୍ରୀ ଭଳି ଚଳିଥାନ୍ତି। ଏମିତି କି ଉଭୟେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥାନ୍ତି। ପରେ ପରିବାର ଲୋକଙ୍କ ସହମତିରେ ସେମାନଙ୍କର ବିବାହ ହୋଇଥାଏ।

ପ୍ରଥାନୁସାରେ, ୨୦୨୧ ମସିହାରେ ଆଦିବାସୀ ଯୁବତୀ ଶିବବତୀ ଓଡ଼ିଶାର ଚନ୍ଦନଙ୍କ ଘରକୁ ପିଠୁରେ ଯାଇଥିଲେ। ସେଠାରେ ୮ ମାସ ଧରି ଏକାଠି ରହିବା ପରେ ପରିବାର ଲୋକ ଉଭୟଙ୍କ ବିବାହ ସ୍ଥିର କରିଥିଲେ। ଏହି ବିବାହ ପାଇଁ ହଳଦୀ ରସମ୍‌ ଚାଲିଥିବା ବେଳେ ଶିବବତୀ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଫଳରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

WCW 11

Recent Posts

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

5 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

31 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

57 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

1 hour ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

1 hour ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

1 hour ago