ଦେଶ ବିଦେଶ

ଅଭଦ୍ର ଟିପ୍ପଣୀ ମାମଲା: କୋର୍ଟରେ ହାଜର ହେଲେ ଜୟାପ୍ରଦା, ଜାରି ହୋଇଥିଲା ଜାମିନ ବିହୀନ ଓ୍ଵାରେଣ୍ଟ୍‌

ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ତାଙ୍କ ବିରୋଧରେ ହୋଇଥିବା ଏକ ଅଭଦ୍ର ଟିପ୍ପଣୀ ମାମଲାରେ ମୁରାଦାବାଦ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହାଜର ହୋଇଛନ୍ତି । ସେ ନିଜର ବୟାନ ରେକର୍ଡ କରାଇବାକୁ କୋର୍ଟରେ ପହଞ୍ଚିଥିଲେ । କହି ରଖୁଛୁ ଯେ ୨୦୧୯ରେ ଏକ ଅଭଦ୍ର ଟିପ୍ପଣୀ ମାମଲାରେ ଆଜମ ଖାନ, ଏସ୍‌ଟି ହସନଙ୍କ ସହ ଅନ୍ୟମାନେ ଅଭିଯୁକ୍ତ ଅଛନ୍ତି ।

ଜୟାପ୍ରଦା ଦୀର୍ଘ ଦିନ ଧରି କୋର୍ଟରେ ହାଜର ହୋଇ ନ ଥିଲେ, ଯେଉଁ କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଆଜି ସେ କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି । ସେ କହିଛନ୍ତି ଯେ ‘ଏହି ଲଢ଼େଇ ଝିଅ ଏବଂ ଭଉଣୀମାନଙ୍କର । ମୋ ଉପରେ କରାଯାଇଥିବା ଅଭଦ୍ର ଟିପ୍ପଣୀ ହୀନ ମାନସିକତା ରଖୁଥିବା ନେତାଙ୍କ ମାନସିକତାକୁ ଦର୍ଶାଉଛି । ମୁଁ ସବୁବେଳେ ଦେଶର ମହିଳାମାନଙ୍କ ପାଇଁ ଲଢ଼େଇ ଲଢ଼ି ଚାଲିଥିବି’ ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୁରାଦାବାଦର ଏକ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜମ ଖାନ, ଏସ୍‌ଟି ହସନଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ । ଅଭିଯୋଗ ରହିଛି ଯେ ଏହି କାର୍ଯ୍ୟକ୍ରମ ବେଳେ ମଞ୍ଚରୁ ଜୟାପ୍ରଦାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରାଯାଇଥିଲା ।

ପରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଜୟାପ୍ରଦା ଏହି ମାମଲାରେ ସାକ୍ଷ୍ୟ ଦେବାକୁ କୋର୍ଟରେ ହାଜର ହୋଇ ନ ଥିଲେ, ଯେଉଁଥିପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ।

Roshni

Recent Posts

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

2 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

8 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

15 mins ago

ନୂଆ ଲୁକରେ ଲଞ୍ଚ ହେଲା Bajaj CT 125X, ମିଳିବ ଦମଦାର ଫିଚର୍ସ

ବଜାଜ କମ୍ପାନୀ ଏହାର ବେଷ୍ଟ ବଜାଜ CT 125X ବାଇକ୍ ଲଞ୍ଚ କରିଛି । ବଜାଜ କମ୍ପାନୀ ପ୍ରାୟତଃ ସାରା…

27 mins ago

ଆମେରିକାରେ ବାର୍ଡ ଫ୍ଲୁ ! ପୁଣି ମଣିଷଠାରେ ଚିହ୍ନଟ ହେଲା ଭାଇରସ୍‌; ଅଷ୍ଟ୍ରେଲିଆରେ ଭାରତ ଫେରନ୍ତା ଶିଶୁ ଆକ୍ରାନ୍ତ

ଭାରତ ସମେତ ବିଶ୍ୱର ଅନେକ ଦେଶରେ ଏବେ ବାର୍ଡ ଫ୍ଲୁ ଆତଙ୍କ । ବର୍ତ୍ତମାନ ଆମେରିକାରେ ମଣିଷଠାରେ ବାର୍ଡ ଫ୍ଲୁର…

28 mins ago

ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ, ସମସ୍ତେ ଭୋଟ ଦେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅପିଲ

ଭୁବନେଶ୍ୱର (କେନ୍ୟୁଜ): ଆଜି ଥମିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ।  ଦିନକ ପରେ ଭୋଟ  ।  ବୁଥ୍ ମୁହାଁ…

29 mins ago