ଅଭଦ୍ର ଟିପ୍ପଣୀ ମାମଲା: କୋର୍ଟରେ ହାଜର ହେଲେ ଜୟାପ୍ରଦା, ଜାରି ହୋଇଥିଲା ଜାମିନ ବିହୀନ ଓ୍ଵାରେଣ୍ଟ୍‌

ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ତାଙ୍କ ବିରୋଧରେ ହୋଇଥିବା ଏକ ଅଭଦ୍ର ଟିପ୍ପଣୀ ମାମଲାରେ ମୁରାଦାବାଦ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହାଜର ହୋଇଛନ୍ତି ।

ରାମପୁରର ପୂର୍ବତନ ସାଂସଦ ତଥା ଅଭିନେତ୍ରୀ ଜୟାପ୍ରଦା ତାଙ୍କ ବିରୋଧରେ ହୋଇଥିବା ଏକ ଅଭଦ୍ର ଟିପ୍ପଣୀ ମାମଲାରେ ମୁରାଦାବାଦ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟରେ ହାଜର ହୋଇଛନ୍ତି । ସେ ନିଜର ବୟାନ ରେକର୍ଡ କରାଇବାକୁ କୋର୍ଟରେ ପହଞ୍ଚିଥିଲେ । କହି ରଖୁଛୁ ଯେ ୨୦୧୯ରେ ଏକ ଅଭଦ୍ର ଟିପ୍ପଣୀ ମାମଲାରେ ଆଜମ ଖାନ, ଏସ୍‌ଟି ହସନଙ୍କ ସହ ଅନ୍ୟମାନେ ଅଭିଯୁକ୍ତ ଅଛନ୍ତି ।

ଜୟାପ୍ରଦା ଦୀର୍ଘ ଦିନ ଧରି କୋର୍ଟରେ ହାଜର ହୋଇ ନ ଥିଲେ, ଯେଉଁ କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଆଜି ସେ କୋର୍ଟରେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି । ସେ କହିଛନ୍ତି ଯେ ‘ଏହି ଲଢ଼େଇ ଝିଅ ଏବଂ ଭଉଣୀମାନଙ୍କର । ମୋ ଉପରେ କରାଯାଇଥିବା ଅଭଦ୍ର ଟିପ୍ପଣୀ ହୀନ ମାନସିକତା ରଖୁଥିବା ନେତାଙ୍କ ମାନସିକତାକୁ ଦର୍ଶାଉଛି । ମୁଁ ସବୁବେଳେ ଦେଶର ମହିଳାମାନଙ୍କ ପାଇଁ ଲଢ଼େଇ ଲଢ଼ି ଚାଲିଥିବି’ ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ମୁରାଦାବାଦର ଏକ କଲେଜରେ ଆୟୋଜିତ କାର୍ଯ୍ୟକ୍ରମରେ ଆଜମ ଖାନ, ଏସ୍‌ଟି ହସନଙ୍କ ସହ ଅନ୍ୟମାନେ ଯୋଗ ଦେଇଥିଲେ । ଅଭିଯୋଗ ରହିଛି ଯେ ଏହି କାର୍ଯ୍ୟକ୍ରମ ବେଳେ ମଞ୍ଚରୁ ଜୟାପ୍ରଦାଙ୍କ ଉପରେ ଅଭଦ୍ର ଟିପ୍ପଣୀ କରାଯାଇଥିଲା ।

ପରେ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଜୟାପ୍ରଦା ଏହି ମାମଲାରେ ସାକ୍ଷ୍ୟ ଦେବାକୁ କୋର୍ଟରେ ହାଜର ହୋଇ ନ ଥିଲେ, ଯେଉଁଥିପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.