Below header

ଡକାୟତି ଯୋଜନା ପଣ୍ଡ, ୫ ଜଣ ଡକାୟତଙ୍କୁ ଧରିଲା ପୋଲିସ

ଡକାୟତି ଯୋଜନା ପଣ୍ଡ। ଭୁବନେଶ୍ବର ଇନଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ। ଡକାୟତି ଯୋଜନା ଚାଲିଥିବା ବେଳେ ୫ ଜଣଙ୍କୁ ଧରିଲା ପୋଲିସ ।

ଭୁବନେଶ୍ବର : ଡକାୟତି ଯୋଜନା ପଣ୍ଡ। ଭୁବନେଶ୍ବର ଇନଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ। ଡକାୟତି ଯୋଜନା ଚାଲିଥିବା ବେଳେ ୫ ଜଣଙ୍କୁ ଧରିଲା ପୋଲିସ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସ୍ଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା ।

କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା । କଦମ ସହ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ, କେ.ଶିବାଜୀ ଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୨ ଟି ଲୁହା ରଡ଼, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ ହୋଇଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଡା ଘର ନେଇ ରହୁଥିଲେ ଆଉ ଡକାୟତି ଯୋଜନା କରୁଥିଲେ। ଏହି ଡକାୟତ ଗ୍ୟାଙ୍ଗ ନାଁରେ ଚୋରି ଓ ରାହାଜାନୀ ଭଳି ଅନେକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.