Iphone 14ରେ ମିଳୁଛି ବଡ ଡିସକାଉଣ୍ଟ, ଜାଣନ୍ତୁ ଏହାର ଦାମ ଏବଂ ଫିଚର୍ସ

ଆପଲ୍ କମ୍ପାନୀ ୨୦୨୪ରେ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଆପଲ୍ ସେପ୍ଟେମ୍ବର ମାସରେ ଏହାର ପରବର୍ତ୍ତୀ ଆଇଫୋନ୍ ସିରିଜ୍ ଲଞ୍ଚ କରିପାରେ କିନ୍ତୁ ଏହାପୂର୍ବରୁ କମ୍ପାନୀ ଏହାର ଦୁଇ ବର୍ଷ ପୁରୁଣା ଆଇଫୋନ୍ ୧୪ କୁ ଶସ୍ତା କରିଛି ।

ଆପଲ୍ କମ୍ପାନୀ ୨୦୨୪ରେ ଆଇଫୋନ୍ ୧୬ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ପ୍ରତିବର୍ଷ ପରି, ଏହି ବର୍ଷ ମଧ୍ୟ ଆପଲ୍ ସେପ୍ଟେମ୍ବର ମାସରେ ଏହାର ପରବର୍ତ୍ତୀ ଆଇଫୋନ୍ ସିରିଜ୍ ଲଞ୍ଚ କରିପାରେ କିନ୍ତୁ ଏହାପୂର୍ବରୁ କମ୍ପାନୀ ଏହାର ଦୁଇ ବର୍ଷ ପୁରୁଣା ଆଇଫୋନ୍ ୧୪ କୁ ଶସ୍ତା କରିଛି । କମ୍ପାନୀ ଏହି ଫୋନର ମୂଲ୍ୟ ପ୍ରାୟ ୨୬% ହ୍ରାସ କରିଛି । ତେବେ ଆସନ୍ତୁ ଏହି ଫୋନ୍ ବିଷୟରେ ଜାଣିବା । ଆଇଫୋନ୍ ୧୪ ର ମୂଲ୍ୟ ୭୯,୯୦୦ ଟଙ୍କା, କିନ୍ତୁ ବର୍ତ୍ତମାନ ଏହି ଫୋନ୍ ଆମାଜନର ୱେବସାଇଟରେ ୫୯,୦୦୦ ଟଙ୍କାରେ ଲିଷ୍ଟ ହୋଇଛି ।

ଏଥି ସହିତ, ଫ୍ଲିପକାର୍ଟରେ ଏହି ଆଇଫୋନର ତିନୋଟି ଭରିଆଣ୍ଟର- ୧୨୮ ଜିବି, ୨୫୬ ଜିବି ଏବଂ ୫୧୨ ଜିବି ମଡେଲରେ ଯଥାକ୍ରମେ ୫୬,୯୯୯, ୬୮,୯୯୯ ଏବଂ ୮୬,୯୯୯ ଟଙ୍କା ରହିଛି । ୟୁଜରମାନେ ଏହି ଆପଲ୍ ଆଇଫୋନ୍ କୁ ରେଡ, ବ୍ଲୁ, ୟେଲୋ, ପର୍ପଲ, ହ୍ୱାଇଟ ଏବଂ ବ୍ଲକ କଲର ଅପ୍ସନରେ କିଣିପାରିବେ । ଆପଲ୍ ଉଭୟ ଆମାଜନ ଏବଂ ଫ୍ଲିପକାର୍ଟ ପ୍ଲାଟଫର୍ମରେ ଏହି ଆଇଫୋନର ମୂଲ୍ୟ ହ୍ରାସ କରିଛି । ଏହା ବ୍ୟତୀତ ଏହି ପ୍ଲାଟଫର୍ମରେ ଅନେକ ଡିସକାଉଣ୍ଟ ଏବଂ EMI ଅଫର୍ ମଧ୍ୟ ଉପଲବ୍ଧ । ୟୁଜର୍ସମାନେ ସେହି ଅଫରଗୁଡିକ ସହିତ ଅତି କମ୍ ମୂଲ୍ୟରେ ଏହି ଫୋନ୍ କିଣିପାରିବେ ।

କମ୍ପାନୀ ଆଇଫୋନ୍ ୧୪ ରେ ୬.୧ ଇଞ୍ଚ ସୁପର ରେଟିନା XDR ଡିସପ୍ଲେ ଦେଇଛି । ଏହି ଫୋନର ଡିସପ୍ଲେ 60Hz ର ରିଫ୍ରେସ ରେଟ ସହିତ ଆସିଥାଏ । କମ୍ପାନୀ ଏହି ଫୋନରେ ପ୍ରୋସେସର୍ ପାଇଁ A15 Bionic ଚିପସେଟ ବ୍ୟବହାର କରିଛି, ଯାହା ବର୍ତ୍ତମାନ ଦୁଇ ବର୍ଷ ପୁରୁଣା ପ୍ରୋସେସର୍ । ଏହି ଆଇଫୋନରେ କୌଣସି USB ଟାଇପ୍-ସି ଚାର୍ଜିଂ ପୋର୍ଟ ନାହିଁ, କାରଣ ଆପଲ୍ ଆଇଫୋନ୍ ୧୫ରୁ ଏହି ଚାର୍ଜିଂ ପୋର୍ଟ ବ୍ୟବହାର କରିବା ଆରମ୍ଭ କରିଛି । ଆଇଫୋନ୍ ୧୪ର ବ୍ୟାକ ସାଇଡରେ ଡୁଆଲ୍ କ୍ୟାମେରା ସେଟଅପ୍ ଦିଆଯାଇଛି ।

ଏହି କ୍ୟାମେରା ସେଟଅପ୍ ର ପ୍ରଥମ କ୍ୟାମେରା ହେଉଛି ୧୨MP ଏବଂ ଦ୍ୱିତୀୟ କ୍ୟାମେରାରେ ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ ଲେନ୍ସ ଅଛି । ଏହି ଫୋନର କ୍ୟାମେରା ଫିଚରଗୁଡିକ ମଧ୍ୟ ଭଲ । ଏହା ବ୍ୟତୀତ, ଏହି ଫୋନ୍ IP68 ରେଟିଂ ସହିତ ଆସିଥାଏ । କମ୍ପାନୀ ଦାବି କରିଛି ଯେ ଏହି ଆଇଫୋନ୍ ୩୦ ମିନିଟ ପର୍ଯ୍ୟନ୍ତ ୬ ମିଟର ଗଭୀର ପାଣିରେ ବୁଡିଯିବା ପରେ ମଧ୍ୟ କ୍ଷତିଗ୍ରସ୍ତ ହେବ ନାହିଁ । ଏହି ଫୋନ୍ 5G କନେକ୍ଟିଭିଟି, ଡୁଆଲ୍ ସିମ୍ ସପୋର୍ଟ ସହିତ ଆସିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.