ଆଇପିଏଲ୍‌ ୨୦୨୪ ପାଇଁ ନୂଆ ଜର୍ସି ଲଞ୍ଚ କଲା ମୁମ୍ବାଇ ଇଣ୍ଡିଆନ୍ସ, ପ୍ରଥମରେ ରହିଲେ ରୋହିତ

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ଲଞ୍ଚ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏଥିରେ ରୋହିତ ଶର୍ମା ପ୍ରଥମେ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ତା’ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ଯଶପ୍ରୀତ ବୁମରାଙ୍କ ସମେତ ଅନେକ ଖେଳାଳି ରହିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ ପାଇଁ ନୂଆ ଜର୍ସି ଲଞ୍ଚ କରିଛି । ୨୦୨୪ ଆଇପିଏଲରେ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ନେବେ । ହାର୍ଦ୍ଦିକ ପାଣ୍ଡ ମୁମ୍ବାଇ କ୍ୟାଶ ଡିଲରେ ଗୁଜରାଟ ଟାଇଟନ୍ସ ସହ ଟ୍ରେଡ କରିଥିଲା । ଏହାପରେ କିଛିଦିନ ପରେ ଟିମର ନୂଆ ଅଧିନାୟକ ଘୋଷଣା ହୋଇଥିଲା । ଏବେ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଟିମର ପ୍ରତି କାମରେ ଆଗରେ ନଜର ଆସିବେ । କିନ୍ତୁ ଜର୍ସି ଲଞ୍ଚ ସମୟରେ ସେମିତି କିଛି ଦେଖିବାକୁ ମିଳିନାହିଁ ।

ମୁମ୍ବାଇ ଇଣ୍ଡିଆନ୍ସ ଜର୍ସି ଲଞ୍ଚ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏଥିରେ ରୋହିତ ଶର୍ମା ପ୍ରଥମେ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି । ତା’ପରେ ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ ଓ ଯଶପ୍ରୀତ ବୁମରାଙ୍କ ସମେତ ଅନେକ ଖେଳାଳି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ହାର୍ଦ୍ଦିକ ପାଣ୍ଡ୍ୟା ୮ ନମ୍ବରରେ ଜର୍ସି ପିନ୍ଧିଥିବାର ନଜର ଆସିଛନ୍ତି ।

କିନ୍ତୁ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଭିଡିଓରେ ନଜର ଆସିବା କଥା, କିନ୍ତୁ ତାହା ହୋଇନଥିଲା, କିନ୍ତୁ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନମ୍ବରରେ ଦେଖିବାକୁ ମିଳିଥିଲା । କିନ୍ତୁ ଅନେକ ସମୟରେ ଏଭଳି ଭିଡିଓରେ ଅଧିନାୟକ ପ୍ରଥମେ ନଜର ଆସିଥାନ୍ତି ।

ସୂଚନାଯୋଗ୍ୟ, ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସର ସଫଳତମ ଅଧିନାୟକ । ରୋହିତଙ୍କ ଅଧିନାୟକତ୍ୱରେ ଟିମ୍‌ ୫ ଥର ଆଇପିଏଲ୍‌ ଟାଇଟଲ ଜିତିଛି । ଏହାସତ୍ତ୍ୱେ ମଧ୍ୟ ଅଧିନାୟକ ପଦରୁ ହଟାଯାଇଥିଲା । ଏବେ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଟିମ୍‌ ଆଇପିଏଲ ଟାଇଟଲ ଜିତିବ ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.