ବରଫ ମଝିରେ ବସି ଲଲିପପ୍‌ ଖାଉଛି ଭାଲୁ, ସୋଶିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌

ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଭାଲୁ ସହ ଏପରି ବ୍ୟବହାର କରୁଛନ୍ତି ଯେପରି ସେ କୁନି ପିଲାଙ୍କ ସହ ବ୍ୟବହାର ଦେଖାଉଛନ୍ତି । ଯାହାକୁ ଦେଖି ଲୋକମାନେ କହିଥିଲେ ଏ ବୋଧେ ବ୍ୟକ୍ତିଙ୍କ ଗୃହପାଳିତ ପଶୁ ।

ଆପଣ ନିଶ୍ଚୟ ଏକ ପୁରାତନ କାହାଣୀ ଶୁଣିଥିବେ ଯେଉଁଥିରେ, ଭାଲୁରୁ ରକ୍ଷା ପାଇବା ପାଇଁ ଜଣେ ବ୍ୟକ୍ତି ମରିବାକୁ ଛଳନା କରିବା ଆରମ୍ଭ କରିଦିଏ ଏବଂ ଭାଲୁ ତାଙ୍କୁ ଶୁଘିଂକି ଚାଲିଯାଏ । କାହାଣୀଟି ସତ କି ନୁହେଁ ତାହା ଜଣା ନାହିଁ, କିନ୍ତୁ ଗୋଟିଏ କଥା ସତ୍ୟ ଯେ ଭାଲୁ ଅତ୍ୟନ୍ତ ବିପଦଜ୍ଜନକ ପ୍ରାଣୀ ଏବଂ ସେମାନଙ୍କଠାରୁ ରକ୍ଷା ପାଇବା ଅତ୍ୟନ୍ତ କଷ୍ଟକର । କିନ୍ତୁ ଆଜିକାଲି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଭାଲୁ ସହ ଏପରି ବ୍ୟବହାର କରୁଛନ୍ତି ଯେପରି ସେ କୁନି ପିଲାଙ୍କ ସହ ବ୍ୟବହାର ଦେଖାଉଛନ୍ତି । ଯାହାକୁ ଦେଖି ଲୋକମାନେ କହିଥିଲେ ଏ ବୋଧେ ବ୍ୟକ୍ତିଙ୍କ ଗୃହପାଳିତ ପଶୁ ।

ଏହି ଭିଡିଓଟି ଇନଷ୍ଟାଗ୍ରାମ ଆକାଉଣ୍ଟ @ anton.mojet ରେ ପୋଷ୍ଟ କରାଯାଇଛି । ଭିଡିଓରେ ଟମ୍ ନାମକ ଏକ ବ୍ରାଉନ୍ ଭାଲୁ ଦେଖିବାକୁ ମିଳିଛି । ବ୍ରାଉନ୍ ଭାଲୁ ଅତ୍ୟନ୍ତ ବିପଦଜ୍ଜନକ ପ୍ରାଣୀ କାରଣ ମଣିଷ ସେମାନଙ୍କ ସାମ୍ନାରେ ଠିଆ ହେବାକୁ ମଧ୍ୟ ସାହାସ କରିନଥାନ୍ତି । କିନ୍ତୁ ଭିଡିଓରେ ଆଣ୍ଟନ୍ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏକ ଲଲିପପ୍ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି । ଏହି ଭିଡିଓଟି ଋଷର ହୋଇଥିବା ବେଳେ ଭାଲୁ ମଧ୍ୟ ସେଠାରୁ ଆସିଛି ।

ଭିଡିଓଟିରେ ଆପଣ ଦେଖିପାରୁଥିବେ ବେ ଯେ ଭାଲୁ ବରଫ ଉପରେ ବସିଛି । ତା’ପରେ ଆଣ୍ଟନ୍ ତାଙ୍କ ପାଖକୁ ଆସି ତାଙ୍କୁ ଗୋଟିଏ ବଡ଼ ଲଲିପପ୍‌ ଦେଉଛନ୍ତି । ଭାଲୁ ମଧ୍ୟ ଉତ୍ସାହର ସହିତ ସେହି ଲଲିପପ୍ ଖାଉଥିବା ଦେଖିବାକୁ ମିଳିଛି । ଏହି ସମୟରେ, ବ୍ୟକ୍ତି ଜଣକ ସ୍ନେହରେ ତାଙ୍କ ମୁଣ୍ଡକୁ ଆଉଁସି ଦେଉଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାଲୁ ସେହି ବ୍ୟକ୍ତିଙ୍କର କିଛି କ୍ଷତି କରୁନାହିଁ । ଏହି ଦୃଶ୍ୟ ଦେଖିଲାରୁ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ଜଣାପଡ଼ୁଛି । ଏହି ଭିଡିଓଟିକୁ ୮୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖିଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.