ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ ହେଲେ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ

ବ୍ୟୁରୋକ୍ରାଟ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଦୁଇ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ।

ନୂଆଦିଲ୍ଲୀ : ବ୍ୟୁରୋକ୍ରାଟ ଜ୍ଞାନେଶ କୁମାର ଓ ସୁଖବୀର ସିଂ ସାନ୍ଧୁ ଦୁଇ ନୂଆ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ କମିସନର ନିଯୁକ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ।

ଦୁଇ ନୂଆ ନିର୍ବାଚନ କମିସନର ନିଯୁକ୍ତି ନେଇ ଗତକାଲି ରାତିରେ ୨୧୨ଜଣଙ୍କ ନାଁ ପ୍ରସ୍ତାବ ହୋଇଥିଲା। ବୈଠକରେ ସରକାରଙ୍କ ତରଫରୁ ୬ଟି ନାଁକୁ ପ୍ରସ୍ତାବ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମନୋନୀତ କରାଯାଇଥିବା କହିଛନ୍ତି ଅଧୀର। କେରଳର ଜ୍ଞାନେଶ କୁମାର କିଛି ଦିନ କଳେ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଛନ୍ତି।

ଏହା ପୂର୍ବରୁ ସେ କେନ୍ଦ୍ର ଗୃହମନ୍ତ୍ରାଳୟର କଶ୍ମୀର ଡିଭିଜନର ଯୁଗ୍ମ ସଚିବ ଥିଲେ। ତାଙ୍କ ସମୟରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇ ନିର୍ବାଚନ କମିସନଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.