ଶ୍ରୀଲଙ୍କାର କ୍ରିକେଟର ଲାହିରୁ ଥିରିମାନେ ଦୁର୍ଘଟଣାର ଶିକାର, ମ୍ୟାଚ ଖେଳି ଫେରୁଥିବା ବେଳେ ଧକ୍କା ହେଲା କାର୍‌

ଶ୍ରୀଲଙ୍କା ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଶ୍ରୀଲଙ୍କାର ଅନୁରାଧାପୁରାରେ ଥିରାପନେତ୍ର ଅଞ୍ଚଳରେ ମିନି ଟ୍ରକ ସହିତ ଥିରିମାନେଙ୍କ କାର ଧକ୍କା ହେବା ଯୋଗୁଁ କାରର ଉପର ଉଡିଯାଇଥିଲା ।

ଶ୍ରୀଲଙ୍କା ଟିମର ପୂର୍ବତନ ଅଧିନାୟକ ଲାହିରୁ ଥିରିମାନେ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି । ଶ୍ରୀଲଙ୍କାର ଅନୁରାଧାପୁରାରେ ଥିରାପନେତ୍ର ଅଞ୍ଚଳରେ ମିନି ଟ୍ରକ ସହିତ ଥିରିମାନେଙ୍କ କାର ଧକ୍କା ହେବା ଯୋଗୁଁ କାରର ଉପର ଉଡିଯାଇଥିଲା । ଦୁର୍ଘଟଣା ପରେ ଥିରିମାନେଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କାରରେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ଥିଲେ । ସେ ସାମାନ୍ୟ ଆହତ ହୋଇଛନ୍ତି ।

ଲାହିରୁ ଥିରିମାନେ ଏବେ ଲିଜେଣ୍ଡସ କ୍ରିକେଟ ଟ୍ରଫି ଖେଳୁଛନ୍ତି । ଥିରିମାନେ ଟିମ ପାଇଁ ୧୩ ମାର୍ଚ୍ଚରେ ପଲ୍ଲେକେଲ୍‌ ମଇଦାନରେ ମ୍ୟାଚ ଖେଳିଥିଲେ । ଥିରିମାନେ ୨୦୨୩ ବିଶ୍ୱକପ ପୂର୍ବରୁ ଟିମରୁ ସନ୍ନ୍ୟାସ ନେଇଥିଲେ । ଟିମରେ ତାଙ୍କୁ ଅଣଦେଖା କରାଯାଇଥିଲା ବୋଲି ସେ ଏଭଳି ନିଷ୍ପତ୍ତି ନେଇଥିଲେ । ଥିରିମାନେ ଶ୍ରୀଲଙ୍କା ତରଫରୁ ୩ ଥର ଟି୨୦ ବିଶ୍ୱକପ ଟିମର ଅଂଶ ରହିଥିଲେ ।

ଶ୍ରୀଲଙ୍କା ଟିମର ପୂର୍ବ ଅଧିନାୟକ ଲାହିରୁ ଥିରିମାନେ ୨୦୧୦ରେ ଡେବ୍ୟୁ କରିଥିଲେ । ଏହାପରେ ୪୪ଟି ଟେଷ୍ଟ ମ୍ୟାଚ, ୧୨୭ଟି ଦିନିକିଆ ଏବଂ ୨୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଥିରିମାନେ ୨ଟି ଦିନିକିଆ ବିଶ୍ୱକପ ଖେଳିବା ପାଇଁ ସୁଯୋଗ ମିଳିଛି । ଏହାଛଡା ୫ଟି ଦିନିକିଆ ମ୍ୟାଚରେ ଟିମର ଅଧିନାୟକ ଦାୟିତ୍ୱ ଦେଇଛନ୍ତି । ଥିରିମାନେ ଟେଷ୍ଟରେ ୨୦୮୮ ରନ୍‌ ଏବଂ ୩ଟି ଶତକ ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.