ବାଦାମ ଓ ମୁଲତାନି ମାଟିର ଫେସ୍ ସ୍କ୍ରବ୍ ଲଗାନ୍ତୁ ମିଳିବ ଅନେକ ସ୍କିନ୍‌ ସମସ୍ୟାରୁ ମୁକ୍ତି, ଜାଣନ୍ତୁ କିପରି କରିବେ ତିଆରି

ବର୍ତ୍ତମାନ ସମୟରେ ସ୍କିନ୍‌ କେୟାର ରୁଟିନ୍‌ରେ ସ୍କ୍ରବ୍ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ବଜାରରେ ଉପଲବ୍ଧ ଫେସ୍ ସ୍କ୍ରବ୍ ବଦଳରେ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭ ହେବ । ସେଥିପାଇଁ ସ୍କିନ୍‌କୁ ସପ୍ତାହରେ ଅତି କମରେ ଥରେ ସ୍କ୍ରବ୍‌ କରିବା ଆବଶ୍ୟକ ।

ପରିବର୍ତ୍ତନ ହେଉଥିବା ଋତୁରେ ସ୍କିନ୍‌ର ଯତ୍ନ ନେବା ବହୁତ ଜରୁରୀ । ତେବେ ବର୍ତ୍ତମାନ ସମୟରେ ସ୍କିନ୍‌ କେୟାର ରୁଟିନ୍‌ରେ ସ୍କ୍ରବ୍ ଅନ୍ତର୍ଭୂକ୍ତ କରାଯିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ବଜାରରେ ଉପଲବ୍ଧ ଫେସ୍ ସ୍କ୍ରବ୍ ବଦଳରେ ଘରେ ତିଆରି ସ୍କ୍ରବ୍ ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭ ହେବ । ସେଥିପାଇଁ ସ୍କିନ୍‌କୁ ସପ୍ତାହରେ ଅତି କମରେ ଥରେ ସ୍କ୍ରବ୍‌ କରିବା ଆବଶ୍ୟକ । ଏହା ଡେଡ ସ୍କିନ୍‌ର ସ୍ଲେସ୍‌ଗୁଡ଼ିକୁ ବାହାର କରିବାରେ ଏବଂ ଚେହେରାକୁ ସଫା କରିବାରେ ସାହାଯ୍ୟ କରେ । ତେବେ ଏକ୍ସଫୋଲିଏଟିଙ୍ଗ୍ ସ୍କିନ୍‌କୁ ଚମକାଇଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ବାଦାମ ଏବଂ ମୁଲତାନିି ମାଟିରୁ ତିଆରି ଫେସ୍ ସ୍କ୍ରବ୍‌ର ଉପକାରିତା ବିଷୟରେ ଜଣାଇବୁ । ତାହେଲେ ଆସନ୍ତୁ ଜାଣିବା ବାଦାମ ଫେସ୍ ସ୍କ୍ରବ୍ କିପରି ତିଆରି କରିବା ।

ଜାଣନ୍ତୁ ବାଦାମ ସ୍କ୍ରବ୍‌ର ଉପକାରିତା :
ବାଦାମ ଭିଟାମିନ୍ E ର ଏକ ଉତ୍ତମ ଉତ୍ସ । ବାଦାମରେ ଫ୍ୟାଟି ଏସିଡ୍ ମିଳିଥାଏ ଯାହା ସ୍କିନ୍‌କୁ ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ । ବାଦାମ ଏବଂ ମୁଲତାନି ମାଟି ସ୍କିନ୍‌କୁ ଭିତରୁ ସଫା କରିଥାଏ । ପରିବର୍ତ୍ତନ ହେଉଥିବା ପାଗରେ ଏହି ଫେସ୍ ସ୍କ୍ରବ୍ ଲଗାଇବା ଦ୍ୱାରା ସ୍କିନ୍‌କୁ ଥଣ୍ଡା ମଧ୍ୟ କରିବାରେ ସାହାଯ୍ୟ କରିଥାଏ ।

ବାଦାମ ଏବଂ ମୁଲତାନିି ମାଟିରେ ଫେସ୍ ସ୍କ୍ରବ୍ ତିଆରି କରନ୍ତୁ :
ଏହି ଫେସ୍ ସ୍କ୍ରବ୍ ତିଆରି କରିବାକୁ, ଆପଣଙ୍କୁ ପ୍ରାୟ ୨ ଚାମଚ ମୁଲ୍‌ତାନି ମାଟି ନେବାକୁ ପଡିବ ଏବଂ ୧ ଚାମଚ ଗୁଣ୍ଡ ବାଦାମ ନେବେ ଏହା ସହ ସେଥିରେ ଗୋଲାପ ଜଳ ଏବଂ କିଛି ବୁନ୍ଦା ବାଦାମ ତେଲ ମିଶାଇବେ । ତେବେ ବାଦାମ ଫେସ୍ ସ୍କ୍ରବ୍ ତିଆରି କରିବାକୁ, ପ୍ରଥମେ ବାଦାମକୁ ଗ୍ରାଇଣ୍ଡ୍ କରନ୍ତୁ ଏବଂ ଏହାକୁ ଏକ ଦରଖଣ୍ଡ ପାଉଡର ତିଆରି କରନ୍ତୁ । ଏହା ପରେ ଏକ ପାତ୍ରରେ ମୁଲ୍‌ତାନି ମାଟି, ବାଦାମ ତେଲ ଏବଂ ବାଦାମ ପାଉଡର ନେଇ ଭଲ ଭାବରେ ମିଶାନ୍ତୁ । ତାପରେ ସେଥିରେ ଧୀରେ ଧୀରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ତେବେ ସ୍କ୍ରବ୍ ଲଗାଇବା ପୂର୍ବରୁ ମୁହଁକୁ ଭଲ ଭାବେ ସଫା କରନ୍ତୁ । ଏହା ପରେ ସ୍କିନ୍‌କୁ ହାଲୁକା ଭାବେ ମାଲିସ୍ କରନ୍ତୁ । ମାଲିସ୍ କରିବା ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ ଏବଂ ତାପରେ ସ୍କିନ୍‌ରେ ମଶ୍ଚରାଇଜର ଲଗାନ୍ତୁ । ତେବେ ଦେଖିବେ ଏହି ସ୍କ୍ରବ୍‌ ଲଗାଇବା ପରେ କିପରି ଆପଣଙ୍କ ସ୍କିନ୍‌ ସମ୍ଭନ୍ଧୀୟ ଅନେକ ସମସ୍ୟା ଦୂର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.