ଦେଶ ବିଦେଶ

ପ୍ରକୃତିର ତାଣ୍ଡବ ମହାଦେବଙ୍କ ସାମ୍ନାରେ ପଡିଲା ଫିକା, ପ୍ରଖର ଜଳସ୍ରୋତରେ ସେମିତି ରହିଲା ପଞ୍ଚବକତ୍ର ମନ୍ଦିର

ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ସହିତ ବନ୍ୟା ପାଣି ମାଡି ଆସି ଘରଦ୍ୱାରା, ରାସ୍ତା, ଯାନବାହନ ସବୁକିଛି ଭସାଇନେଇଛି । ହେଲେ ଭଗବାନଙ୍କ ଘରକୁ କିଛି କରିପାରିନି ପ୍ରକୃତି । ପ୍ରବଳ ଜଳପ୍ରବାହରେ ମଧ୍ୟ ସେମିତି ଠିଆ ହୋଇଛି ହିମାଚଳର ପଞ୍ଚବକତ୍ର ମନ୍ଦିର । ବନ୍ୟା ସ୍ରୋତରେ ୩ ଦିନ ପରେ ମଧ୍ୟ ମନ୍ଦିରର କିଛି ବି ହୋଇନି । ହିମାଚଳୟର ମଣ୍ଡିରେ ଥିବା ଏହି ମନ୍ଦିର ସାମ୍ନାରେ ଫିକା ପଡିଛି ପ୍ରକୃତି ।

ହିମାଚଳର ମଣ୍ଡି ଜିଲ୍ଲାରେ ଥିବା ଏହି ମନ୍ଦିର ୫୦୦ରୁ ଅଧିକ ବର୍ଷ ପୁରୁଣା। ଆଉ ଏହି ମନ୍ଦିର ଦେଖିବାକୁ କେଦାରନାଥ ମନ୍ଦିର ଭଳି । ୨୦୧୩ରେ କେଦାରନାଥରେ ଆସିଥିବା ଜଳପ୍ରଳୟରେ ଉତ୍ତରାଖଣ୍ଡର ସବୁକିଛି ଛାରଖାର ହୋଇଯାଇଥିଲା । କିନ୍ତୁ କେଦାରନାଥ ମନ୍ଦିର ସେହିଭଳି ରହିଥିଲା । ଠିକ୍‌ ସେହିପରି ହିମାଚଳର ପଞ୍ଚବକତ୍ର ମନ୍ଦିର ସେମିତି ଠିଆ ହୋଇଛି ।

ପଞ୍ଚବକତ୍ର ମହାଦେବ ମନ୍ଦିରରେ ମହାଦେବଙ୍କ ୫ଟି ମୁଖ ଥିବା ମୂର୍ତ୍ତି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଜଳପ୍ରଳୟ ଚାରିଆଡେ ଦେଖିବାକୁ ମିଳିଛି । କିନ୍ତୁ ମନ୍ଦିରର କିଛି ହୋଇନି । ଏହି ମନ୍ଦିରକୁ ଯୋଡୁଥିବା ପୁରୁଣା ଲୁହାପୋଲ ମଧ୍ୟ ଭାଙ୍ଗି ଭାସିଯାଇଛି । ବନ୍ୟା ପାଣି ଛାଡିବା ପରେ ସବୁକିଛି ନଷ୍ଟ ହୋଇଯାଇଥିବା ବେଳେ ମନ୍ଦିରର କିଛି ବି କ୍ଷତି ହୋଇନି । ମନ୍ଦିର ପ୍ରବେଶ ଦ୍ୱାରରେ ୩ରୁ ୪ ଫୁଟ ମାଟି ଜମି ରହିଛି । ମନ୍ଦିର ପ୍ରବେଶ ପଥରେ ଥିବା ନନ୍ଦୀ ମର୍ତ୍ତିର କେବଳ ଶିଙ୍ଗ ଦେଖାଯାଉଛି । ମନ୍ଦିର ଭିତରେ ଶିବଲିଙ୍ଗ, ନନ୍ଦୀ ଏବଂ ମନ୍ଦିର ମଧ୍ୟରେ ଥିବା ପଥର ସେମିତି ରହିଛି । ହିମାଳୟରୁ ବାହାରିଥିବା ବ୍ୟାସ୍‌ ନଦୀର ପ୍ରଖର ଜଳଧାରା ମନ୍ଦିର ପ୍ରବେଶ ଦ୍ୱାର କ୍ଷତିଗ୍ରସ୍ତ କରିଛି ସତ କିନ୍ତୁ ମନ୍ଦିରର ଦିବ୍ୟତା ଏବଂ ଭବ୍ୟତା ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।

Swagatika

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

8 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago