ପ୍ରକୃତିର ତାଣ୍ଡବ ମହାଦେବଙ୍କ ସାମ୍ନାରେ ପଡିଲା ଫିକା, ପ୍ରଖର ଜଳସ୍ରୋତରେ ସେମିତି ରହିଲା ପଞ୍ଚବକତ୍ର ମନ୍ଦିର
ସବୁକିଛି ଭାଙ୍ଗିଗଲା, ଭାସିଗଲା । ହେଲେ ମହାଦେବଙ୍କୁ ହଲାଇପାରିଲାନି ପ୍ରଖର ଜଳସ୍ରୋତ । ପ୍ରବଳ ବର୍ଷା ଓ ବନ୍ୟାରେ ସେମିତି ରହିଲା ହିମାଚଳ ମଣ୍ଡି ଜିଲ୍ଲାରେ ଥିବା ପଞ୍ଚବକତ୍ର ମହାଦେବ ମନ୍ଦିର ।

ଉତ୍ତର ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ସହିତ ବନ୍ୟା ପାଣି ମାଡି ଆସି ଘରଦ୍ୱାରା, ରାସ୍ତା, ଯାନବାହନ ସବୁକିଛି ଭସାଇନେଇଛି । ହେଲେ ଭଗବାନଙ୍କ ଘରକୁ କିଛି କରିପାରିନି ପ୍ରକୃତି । ପ୍ରବଳ ଜଳପ୍ରବାହରେ ମଧ୍ୟ ସେମିତି ଠିଆ ହୋଇଛି ହିମାଚଳର ପଞ୍ଚବକତ୍ର ମନ୍ଦିର । ବନ୍ୟା ସ୍ରୋତରେ ୩ ଦିନ ପରେ ମଧ୍ୟ ମନ୍ଦିରର କିଛି ବି ହୋଇନି । ହିମାଚଳୟର ମଣ୍ଡିରେ ଥିବା ଏହି ମନ୍ଦିର ସାମ୍ନାରେ ଫିକା ପଡିଛି ପ୍ରକୃତି ।
ହିମାଚଳର ମଣ୍ଡି ଜିଲ୍ଲାରେ ଥିବା ଏହି ମନ୍ଦିର ୫୦୦ରୁ ଅଧିକ ବର୍ଷ ପୁରୁଣା। ଆଉ ଏହି ମନ୍ଦିର ଦେଖିବାକୁ କେଦାରନାଥ ମନ୍ଦିର ଭଳି । ୨୦୧୩ରେ କେଦାରନାଥରେ ଆସିଥିବା ଜଳପ୍ରଳୟରେ ଉତ୍ତରାଖଣ୍ଡର ସବୁକିଛି ଛାରଖାର ହୋଇଯାଇଥିଲା । କିନ୍ତୁ କେଦାରନାଥ ମନ୍ଦିର ସେହିଭଳି ରହିଥିଲା । ଠିକ୍ ସେହିପରି ହିମାଚଳର ପଞ୍ଚବକତ୍ର ମନ୍ଦିର ସେମିତି ଠିଆ ହୋଇଛି ।
#WATCH | Himachal Pradesh: Mandi’s Panchvaktra temple has been submerged in water due to a spate in the Beas River. pic.twitter.com/T5ly7WHtOO
— ANI (@ANI) July 9, 2023
ପଞ୍ଚବକତ୍ର ମହାଦେବ ମନ୍ଦିରରେ ମହାଦେବଙ୍କ ୫ଟି ମୁଖ ଥିବା ମୂର୍ତ୍ତି ରହିଛି । ପ୍ରବଳ ବର୍ଷା ଯୋଗୁଁ ଆସିଥିବା ଜଳପ୍ରଳୟ ଚାରିଆଡେ ଦେଖିବାକୁ ମିଳିଛି । କିନ୍ତୁ ମନ୍ଦିରର କିଛି ହୋଇନି । ଏହି ମନ୍ଦିରକୁ ଯୋଡୁଥିବା ପୁରୁଣା ଲୁହାପୋଲ ମଧ୍ୟ ଭାଙ୍ଗି ଭାସିଯାଇଛି । ବନ୍ୟା ପାଣି ଛାଡିବା ପରେ ସବୁକିଛି ନଷ୍ଟ ହୋଇଯାଇଥିବା ବେଳେ ମନ୍ଦିରର କିଛି ବି କ୍ଷତି ହୋଇନି । ମନ୍ଦିର ପ୍ରବେଶ ଦ୍ୱାରରେ ୩ରୁ ୪ ଫୁଟ ମାଟି ଜମି ରହିଛି । ମନ୍ଦିର ପ୍ରବେଶ ପଥରେ ଥିବା ନନ୍ଦୀ ମର୍ତ୍ତିର କେବଳ ଶିଙ୍ଗ ଦେଖାଯାଉଛି । ମନ୍ଦିର ଭିତରେ ଶିବଲିଙ୍ଗ, ନନ୍ଦୀ ଏବଂ ମନ୍ଦିର ମଧ୍ୟରେ ଥିବା ପଥର ସେମିତି ରହିଛି । ହିମାଳୟରୁ ବାହାରିଥିବା ବ୍ୟାସ୍ ନଦୀର ପ୍ରଖର ଜଳଧାରା ମନ୍ଦିର ପ୍ରବେଶ ଦ୍ୱାର କ୍ଷତିଗ୍ରସ୍ତ କରିଛି ସତ କିନ୍ତୁ ମନ୍ଦିରର ଦିବ୍ୟତା ଏବଂ ଭବ୍ୟତା ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।