ଦେଶ ବିଦେଶ

ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ବଡ ଘୋଷଣା, ସୁରକ୍ଷା ଦାୟିତ୍ୱରେ ରହିବେ ବିଶେଷ ସୁରକ୍ଷା ବଳ

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଉତ୍ତରପ୍ରଦେଶର ବିଶେଷ ସୁରକ୍ଷା ବଳ (SSF) କୁ ଦାୟିତ୍ୱ ଦିଆଯାଇଛି । ମିଡିଆ ରିପୋର୍ଟ ମୁତାବକ, ସୋମବାର ରାତିରେ ଏସଏସଏଫର ଦୁଇ ବାଟାଲିୟନ ଅଯୋଧ୍ୟା ପହଞ୍ଚିଛି । ରାମମନ୍ଦିରରେ କାର୍ଯ୍ୟକ୍ରମର ଗୋଟେ ସପ୍ତାହ ପୂର୍ବରୁ ସେମାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯିବ ।

ଖବର ମୁତାବକ, ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ଏଥିରେ ୟୁପି ପୋଲିସ ଏବଂ ପିଏସି ଯବାନ ସାମିଲ ରହିଥିଲେ ।

ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି । ମନ୍ଦିର ବାହାରେ ଚେକିଂ ପଏଣ୍ଟରେ ସିଭିଲ ପୋଲିସର ମହିଳା ଓ ପୁରୁଷ କର୍ମୀ ରହିଛନ୍ତି ।

ସୂଚନାଯୋଗ୍ୟ,  ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରର ଉଦ୍‌ଘାଟନ ହେବ । ରାମ ମନ୍ଦିରର ଗ୍ରାଉଣ୍ଡ ଫେ୍‌ଲାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ବେଳେ ଗର୍ଭଗୃହ ପୂର୍ବରୁ ହୋଇସାରିଛି । ଅନ୍ୟ କାମ ଆସନ୍ତା ୩ ମାସ ମଧ୍ୟରେ ସାରିବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହେବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଡିସେମ୍ବର ସୁଦ୍ଧା ରାମ ମନ୍ଦିରରକୁ ସଂପୂର୍ଣ୍ଣ କରିବାକୁ ପାଇଁ କୁହାଯାଇଛି । ରାମଲାଲାଙ୍କ ପ୍ରତିମା କର୍ଣ୍ଣାଟକର ମସୁରିରୁ ଅଣାଯାଇଥିବା ପଥରରେ ନିର୍ମାଣ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବେ ।

Swagatika

Recent Posts

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

7 mins ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

20 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

21 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

33 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

39 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

47 mins ago