Below header

ଅଯୋଧ୍ୟା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପୂର୍ବରୁ ବଡ ଘୋଷଣା, ସୁରକ୍ଷା ଦାୟିତ୍ୱରେ ରହିବେ ବିଶେଷ ସୁରକ୍ଷା ବଳ

ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା ।

ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଉତ୍ତରପ୍ରଦେଶର ବିଶେଷ ସୁରକ୍ଷା ବଳ (SSF) କୁ ଦାୟିତ୍ୱ ଦିଆଯାଇଛି । ମିଡିଆ ରିପୋର୍ଟ ମୁତାବକ, ସୋମବାର ରାତିରେ ଏସଏସଏଫର ଦୁଇ ବାଟାଲିୟନ ଅଯୋଧ୍ୟା ପହଞ୍ଚିଛି । ରାମମନ୍ଦିରରେ କାର୍ଯ୍ୟକ୍ରମର ଗୋଟେ ସପ୍ତାହ ପୂର୍ବରୁ ସେମାନଙ୍କୁ ସ୍ପେଶାଲ ଟ୍ରେନିଂ ଦିଆଯିବ ।

ଖବର ମୁତାବକ, ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ଏଥିରେ ୟୁପି ପୋଲିସ ଏବଂ ପିଏସି ଯବାନ ସାମିଲ ରହିଥିଲେ ।

ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି । ମନ୍ଦିର ବାହାରେ ଚେକିଂ ପଏଣ୍ଟରେ ସିଭିଲ ପୋଲିସର ମହିଳା ଓ ପୁରୁଷ କର୍ମୀ ରହିଛନ୍ତି ।

ସୂଚନାଯୋଗ୍ୟ,  ଆସନ୍ତାବର୍ଷ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାର ରାମ ମନ୍ଦିରର ଉଦ୍‌ଘାଟନ ହେବ । ରାମ ମନ୍ଦିରର ଗ୍ରାଉଣ୍ଡ ଫେ୍‌ଲାର ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଥିବା ବେଳେ ଗର୍ଭଗୃହ ପୂର୍ବରୁ ହୋଇସାରିଛି । ଅନ୍ୟ କାମ ଆସନ୍ତା ୩ ମାସ ମଧ୍ୟରେ ସାରିବାକୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଏହି ମନ୍ଦିର ଉଦଘାଟନ ହେବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଡିସେମ୍ବର ସୁଦ୍ଧା ରାମ ମନ୍ଦିରରକୁ ସଂପୂର୍ଣ୍ଣ କରିବାକୁ ପାଇଁ କୁହାଯାଇଛି । ରାମଲାଲାଙ୍କ ପ୍ରତିମା କର୍ଣ୍ଣାଟକର ମସୁରିରୁ ଅଣାଯାଇଥିବା ପଥରରେ ନିର୍ମାଣ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୧୬୦ ଦେଶର ପ୍ରତିନିଧିଙ୍କୁ ନିମନ୍ତ୍ରଣ ପଠାଯିବ । ଅଯୋଧ୍ୟାର ସମସ୍ତ ପ୍ରମୁଖ ମଠର ସନ୍ଥମାନଙ୍କୁ ନିମନ୍ତ୍ରଣ ପଠାଯିବ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.