ଦେଶ ବିଦେଶ

ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ: ମାଟିରେ ପୋତି ହୋଇଗଲା କାର, ୫ ମୃତ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ। ମାଟିରେ ପୋତି ହୋଇଗଲା କାର, ୫ ମୃତ । ରୁଦ୍ରପ୍ରୟାଗ -ଗୌରୀକୁଣ୍ଡ ରାଜମାର୍ଗ ବ୍ୟୁଗଗାଡ ତରସାଲି ପାଖରେ ଭୂସ୍ଖଳନ । ଭୂସ୍ଖଳନ କାରଣରୁ ୧୦୦ ମିଟରରୁ ଅଧିକ ରାସ୍ତା ଧୋଇଯାଇଥିଲା । ଭୂସ୍ଖଳନରେ ଏକ କାର ମଧ୍ୟ ଦବିଯାଇଥିଲା। ଏଥିରେ ଥିବା ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଭୂସ୍ଖଳନ ପାଇଁ କେଦାରଘାଟି ସହ ଜିଲ୍ଲା ମୁଖ୍ୟାଳୟର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। କେଦାରନାଥ ଯାଉଥିବା ଯାତ୍ରୀଙ୍କୁ ଆଲର୍ଟ ରହିବା ସହ ଯିଏ ଯେଉଁଠି ରହୁଛି, ସେଠାରେ ରହିବାକୁ କୁହାଯାଇଛି ।

ସୂଚନା ଯୋଗ୍ୟ ସପ୍ତାହେ ପୂର୍ବରୁ ଭୂସ୍ଖଳନ ଯୋଗୁଁ ତିନିଟି ଦୋକାନ ମନ୍ଦାକିନୀ ନଦୀରେ ଭାସି ଯାଇଥିବା ବେଳେ ୧୨ ଜଣରୁ ଅଧିକ ଲୋକ ନିଖୋଜ ହୋଇଥିଲେ ।ସେମାନଙ୍କୁ ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କରିଥିଲେ । ନିଖୋଜ ଥିବା ଲୋକମାନେ ତୀର୍ଥ ଯାତ୍ରୀ ନୁହନ୍ତି । ସେମାନେ ସେଠାରେ ବ୍ୟବସାୟ କରୁଥିବା ଦୋକାନୀ ବୋଲି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସର କହିଛନ୍ତି ।

Barsha

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

9 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago