ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ: ମାଟିରେ ପୋତି ହୋଇଗଲା କାର, ୫ ମୃତ
ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ। ମାଟିରେ ପୋତି ହୋଇଗଲା କାର, ୫ ମୃତ । ରୁଦ୍ରପ୍ରୟାଗ -ଗୌରୀକୁଣ୍ଡ ରାଜମାର୍ଗ ବ୍ୟୁଗଗାଡ ତରସାଲି ପାଖରେ ଭୂସ୍ଖଳନ । ଭୂସ୍ଖଳନ କାରଣରୁ ୧୦୦ ମିଟରରୁ ଅଧିକ ରାସ୍ତା ଧୋଇଯାଇଥିଲା । ଭୂସ୍ଖଳନରେ ଏକ କାର ମଧ୍ୟ ଦବିଯାଇଥିଲା। ଏଥିରେ ଥିବା ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି ।

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୟଙ୍କର ଭୂସ୍ଖଳନ। ମାଟିରେ ପୋତି ହୋଇଗଲା କାର, ୫ ମୃତ । ରୁଦ୍ରପ୍ରୟାଗ -ଗୌରୀକୁଣ୍ଡ ରାଜମାର୍ଗ ବ୍ୟୁଗଗାଡ ତରସାଲି ପାଖରେ ଭୂସ୍ଖଳନ । ଭୂସ୍ଖଳନ କାରଣରୁ ୧୦୦ ମିଟରରୁ ଅଧିକ ରାସ୍ତା ଧୋଇଯାଇଥିଲା । ଭୂସ୍ଖଳନରେ ଏକ କାର ମଧ୍ୟ ଦବିଯାଇଥିଲା। ଏଥିରେ ଥିବା ପାଞ୍ଚଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଭୂସ୍ଖଳନ ପାଇଁ କେଦାରଘାଟି ସହ ଜିଲ୍ଲା ମୁଖ୍ୟାଳୟର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। କେଦାରନାଥ ଯାଉଥିବା ଯାତ୍ରୀଙ୍କୁ ଆଲର୍ଟ ରହିବା ସହ ଯିଏ ଯେଉଁଠି ରହୁଛି, ସେଠାରେ ରହିବାକୁ କୁହାଯାଇଛି ।
ସୂଚନା ଯୋଗ୍ୟ ସପ୍ତାହେ ପୂର୍ବରୁ ଭୂସ୍ଖଳନ ଯୋଗୁଁ ତିନିଟି ଦୋକାନ ମନ୍ଦାକିନୀ ନଦୀରେ ଭାସି ଯାଇଥିବା ବେଳେ ୧୨ ଜଣରୁ ଅଧିକ ଲୋକ ନିଖୋଜ ହୋଇଥିଲେ ।ସେମାନଙ୍କୁ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କରିଥିଲେ । ନିଖୋଜ ଥିବା ଲୋକମାନେ ତୀର୍ଥ ଯାତ୍ରୀ ନୁହନ୍ତି । ସେମାନେ ସେଠାରେ ବ୍ୟବସାୟ କରୁଥିବା ଦୋକାନୀ ବୋଲି ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଫିସର କହିଛନ୍ତି ।