ଆଗକୁ ରାସ୍ତା ଜାଣିନଥିଲେ, କାର୍‌ ରୋକି ଅଜଣା ବ୍ୟକ୍ତିଙ୍କୁ ରାସ୍ତା ପଚାରିଲେ ଧୋନି: ଭିଡିଓ ଭାଇରଲ

ମହେନ୍ଦ୍ର ସିଂ ଧୋନି କେତେ ସାଧାରଣ ତାହା ସମସ୍ତେ ତାଙ୍କ ଭିଡିଓରୁ ନିଶ୍ଚିତ ଜାଣିଥିବେ । ଏବେ ଭାଇରଲ ହେଉଥିବା ଭିଡିଓରେ କାର୍‌ ରୋକି ଅଜଣା ବ୍ୟକ୍ତିଙ୍କୁ ରାସ୍ତା ପଚାରୁଥିବାର ନଜର ଆସିଛନ୍ତି ଧୋନି । ଆଉ ଧୋନିଙ୍କ ଏଭଳି ଅନ୍ଦାଜକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ଧୋନିଙ୍କ ଭିଡିଓକୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା । ଭାଇରଲ ହେଉଥିବା ଭିଡିଓରେ ଜଣେ ଅଜଣା ବ୍ୟକ୍ତିଙ୍କୁ ଧୋନି ରାସ୍ତା ପଚାରୁଥିବାର ଦେଖିବାକୁ ମିଳିଛନ୍ତି । ଏହି ଭିଡିଓ ଏବେ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ଭାଇରଲ ହେଉଥିବା ଭିଡିଓରେ ଧୋନି କାରରେ ବସି ଜଣେ ଅଜଣଶ ବ୍ୟକ୍ତିଙ୍କୁ ଆଗକୁ ଯିବା ରାସ୍ତା ପଚାରୁଛନ୍ତି । ବ୍ୟକ୍ତି ଜଣକ ଧୋନିଙ୍କୁ ଦେଖି ଅଜବ ପ୍ରତିକ୍ରିୟା ଦେଇଛନ୍ତି । ରାସ୍ତା କହିବା ସହିତ ବ୍ୟକ୍ତି ଜଣକ ଧୋନିଙ୍କ ସହିତ ସେଲଫି ମଧ୍ୟ ନେଇଛନ୍ତି ।

ଧୋନିଙ୍କ ନେତୃତ୍ୱରେ ଆଇପିଏଲ୍‌ ୨୦୨୩ ଟ୍ରଫି ଜିତିଥିଲା ଚେନ୍ନାଇ ସୁପର କିଙ୍ଗସ । ଧୋନିଙ୍କ ନେତୃତ୍ୱରେ ୫ ଥର ଆଇପିଏଲ୍‌ ଟ୍ରଫି ଜିତିଛି ଚେନ୍ନାଇ । ୨୦୨୩ ସିଜିନରେ ଧୋନି ଅସାଧାରଣ ନେତୃତ୍ୱ କୌଶଳ ପ୍ରଦର୍ଶନ କରିଥିଲେ । ଧୋନି ୨୦୨୩ ସିଜିନା ଆଣ୍ଠୁରେ ପଟି ବାନ୍ଧି ଖେଳିଥିଲେ । ଓ୍ଵିକେଟ କିପିଂ କରିବା ସମୟରେ ଆସିଥିବା ବେଳେ ବ୍ୟାଟିଂ ବେଳେ ୮ ନଂ ସ୍ଥାନରେ ଆସୁଥିଲେ ।

ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଧୋନିଙ୍କର ଅନେକ ଭିଡିଓ ଭାଇରଲ ହେଉଛି । ଏହାକୁ ଫ୍ୟାନ୍ସ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ନିକଟରେ ଧୋନି ବିମାନ ସିଟ୍‌ରେ ବସି ଶୋଇଥିବା ବେଳେ ପାଖରେ ସାକ୍ଷୀ ବସିଥିଲେ । ସାକ୍ଷୀ ମୋବାଇଲରେ ବ୍ୟସ୍ତ ରହିଥିବା ବେଳେ ଧୋନି ଶୋଇଥିଲେ । ଏୟାର ହଷ୍ଟେସ ଭିଡିଓଟି ସୁଟ୍‌ କରି ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।

ବିମାନରେ ଧୋନିଙ୍କର ଆଉ ଏକ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ଧୋନି ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ଏୟାରହଷ୍ଟେସ ତାଙ୍କୁ ଚକୋଲେଟ ଭର୍ତ୍ତି ଥିବା ଟ୍ରେ ଦେଖାଇଛନ୍ତି । ଆଉ ଧୋନି ତା’ ମଧ୍ୟରୁ ଗୋଟିଏ ମାତ୍ର ଚକୋଲେଟ ଉଠାଇଛନ୍ତି ଧୋନି ଆଉ ଏୟାରହଷ୍ଟେସଙ୍କୁ ଦେଖି ହସିଦେଉଛନ୍ତି । ଏହି ସମୟରେ ଧୋନି ନିଜ ଟ୍ୟାବ୍ ରେ  Candy Crush ଖେଳୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.