୬ ବର୍ଷ ଶିଶୁର ଅଧା ଶରୀରକୁ ଖାଇଲା ଚିତା, ମନ୍ଦିର ଦର୍ଶନ କରିବାକୁ ଯାଉଥିବା ସମୟରେ କଲା ଆକ୍ରମଣ

ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । ପରେ ବାଘଟି ଶିଶୁକୁ ଟାଣି ଟାଣି ଜଙ୍ଗଲ ଭିତରକୁ ନେଇଯାଇଥିଲା । ଚିତାବାଘ ହଠାତ୍ ଝିଅ ଉପରେ ଆକ୍ରମଣ କରି ଶରୀରର ଅଧା ଅଂଶ ଖାଇଯାଇଥିଲା ।

ଆନ୍ଧ୍ରପ୍ରଦେଶର ତିରୁପତିରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ତିରୁମାଲା ପାହଡ଼ରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ କରିବାକୁ ଯାଉଥିବାବେଳେ ଜଣେ ୬ ବର୍ଷର ଶିଶୁକୁ ଚିତାବାଘ ଆକ୍ରମଣ କରିଥିଲା । କେବଳ ଆକ୍ରମଣ କରିଥିଲା ତାହା ନୁହେଁ ଶିଶୁର ଅଧା ଶରୀରକୁ ଚିତା ଖାଇଥିବା ମଧ୍ୟ ଜଣା ପଡ଼ିଛି । ମନ୍ଦିର ପରିଦର୍ଶନ କରିବାକୁ ପାଦ ଚଲା ରାସ୍ତାରେ ଶିଶୁଟି ଯାଉଥିବା ବେଳେ ଚିତାବାଘ ଆକ୍ରମଣ କରିଥିଲା । ଚିତାବାଘ ହଠାତ୍ ଝିଅ ଉପରେ ଆକ୍ରମଣ କରି ଶରୀରର ଅଧା ଅଂଶ ଖାଇଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିରକୁ ଯାଉଥିବା ସମସ୍ତ ଶ୍ରଦ୍ଧାଳୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ତିରୁମାଲାସ୍ଥିତ ଭଗବାନଙ୍କ ଦର୍ଶନ ପାଇଁ ଅନେକ ଶ୍ରଦ୍ଧାଳୁଙ୍କ ସହ ଏକ ପରିବାର ଶୁକ୍ରବାର ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଆଲିପିରି ପାଦଚଲା ରାସ୍ତାରେ ପାହାଡ଼ ଉପରକୁ ଚଢ଼ିବା ଆରମ୍ଭ କରିଥିଲେ । କିଛି ଘଣ୍ଟା ଚାଲିବା ପରେ ରାତି ପ୍ରାୟ ୧୧ ଟା ସମୟରେ ୬ ବର୍ଷିୟ ଲକ୍ଷିତା ଉପରେ ହଠାତ ଏକ ଚିତା ବାଘ ଆକ୍ରମଣ କରିଥିଲା । ଆକ୍ରମଣ ଦେଖି ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ଚିଲ୍ଳେଇବାକୁ ଆରମ୍ଭ କରିଥିଲେ । ଏହା ପରେ ବାଘଟି ଶିଶୁକୁ ଟାଣି ଟାଣି ଜଙ୍ଗଲ ଭିତରକୁ ନେଇଯାଇଥିଲା ।

ପୋଲିସ ସମ୍ପୃକ୍ତ ଘଟଣାକୁ ନେଇ ଝିଅର ପରିବାର ଲୋକଙ୍କୁ ସୂଚନା ଦେଇଛି । ଶନିବାର ସକାଳ ସମୟରେ ଝିଅର ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ । ଚିତା ଶିଶୁର ପାଖାପାଖି ଅଧା ଶରୀର ଖାଇ ଯାଇଥିବା ସୂଚନା ମିଳିଛି । ମୃତଦେହ ଉଦ୍ଧାର ହେବା ପରେ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠା ଯାଇଥିଲା । ଉକ୍ତ ଘଟଣା ପରେ ମନ୍ଦିର ପରିଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ସୂଚନା ଅନୁସାରେ ଏହି ମାମଲା ପ୍ରଥମ ଘଟଣା ନୁହେଁ ଯାହା ସାମ୍ନାକୁ ଆସିଛି । ଗତ ଏକ ମାସ ମଧ୍ୟରେ ଚିତା ଆକ୍ରମଣ କରିବାର ଏହା ଦ୍ୱିତୀୟ ଘଟଣା । ଶେଷ ଆକ୍ରମଣ ସମୟରେ TTD (ତିରୁମାଲା ତିରୁପତି ଦେବସ୍ଥାନମ) ପ୍ରଶାସନ ଅନେକ ସ୍ଥାନରେ ସୁରକ୍ଷା କର୍ମୀଙ୍କୁ ରଖିବା ପାଇଁ କହିଥିଲା କିନ୍ତୁ ପ୍ରଶାସନ କୌଣସି ସତର୍କତା ଅବଲମ୍ବନ କରିନଥିବା ଜଣାପଡ଼ିଛି । ତେବେ ପ୍ରତିଦିନ ଭକ୍ତମାନେ କୋଟି କୋଟି ଟଙ୍କା ଭଗବାନଙ୍କ ନିକଟରେ ସମର୍ପଣ କରିଥାନ୍ତି । ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.