Below header

ହାଉସିଂ ବୋର୍ଡ କଲୋନୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ମିଳିନି ପରିଚୟ

ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ଶୁକ୍ରବାର ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣା ପଡି ନାହିଁ। ମୃତଦେହ ପଚି ଯାଇଥିବାରୁ ପରିଚୟ ପାଇବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀରୁ ଶୁକ୍ରବାର ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକାଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣା ପଡି ନାହିଁ। ମୃତଦେହ ପଚି ଯାଇଥିବାରୁ ପରିଚୟ ପାଇବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଆଜି ଘଟଣା ସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ସିସି ଟିଭି ଯାଞ୍ଚ କରୁଛି।

ସୂଚନା ଯୋଗ୍ୟ ଗତକାଲି ସନ୍ଧ୍ୟାରେ ନନ୍ଦନ ବିହାର ହାଉସିଂ ବୋର୍ଡ କଲୋନୀର ଏକ ଘର ପଛ ପାଖ ଗଳିରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। କେହି ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ପିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଦେହ ନିକଟରୁ କିଛି ନିଶା ଦ୍ରବ୍ୟ ମିଳିଛି ତାକୁ ଜବତ କରିଛି ପୋଲିସ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ। ଆବଶ୍ୟକ ପଡିଲେ ପୋଷ୍ଟରର ସହାୟତା ଲୋଡ଼ାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.