Categories: ସ୍ପେଶାଲ

ସୁଇମିଂ ପୁଲ୍‌ ତଳୁ ବାହାରିଲା ‘୩ କୁଇଣ୍ଟାଲ ସୁନା’, ବାସ୍ତବତା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

୩୦ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ତଥା ପୁଞ୍ଜି ସ୍କାମର ମାଷ୍ଟରମାଇଣ୍ଡ ମସୁଂର ଖାନଙ୍କ ଘରୁ ମିଳିଛି ୩ କୁଇଣ୍ଟାଲର ନକଲି ସୁନା। ମସୁଂର ଏହି ନକଲି ସୁନାକୁ ଘର ପରିସରସ୍ଥ ସୁଇମିଂ ପୁଲ୍‌ ଭିତରେ ହିଁ ଲୁଚାଇ ରଖିଥିଲେ। କୌଣସି ସୂତ୍ରରୁ ଖବର ପାଇ ଏସ୍‌ଆଇଟି ଟିମ୍‌ ସେଠାରେ ପହଞ୍ଚିଥିଲା। ତନାଘନା ପରେ ସୁଇମିଂ ପୁଲରୁ ୫,୮୮୦ଟି ନକଲି ସୁନା ବିସ୍କୁଟ ଜବତ କରିଛି, ଯାହାର ଓଜନ ପାଖାପାଖି ୩ କୁଇଣ୍ଟାଲ ହେବ।

 

ଏହା ଦେଖି ତଦନ୍ତକାରୀ ଅଧିକାରୀମାନେ ଚକିତ ହୋଇପଡ଼ିଥିଲେ। ଏତେ ପରିମାଣର ନକଲି ସୁନା ବିସ୍କୁଟ କେଉଁଠୁ ଆସିଲା ଏବଂ ଏହା କେଉଁଥିରେ ବ୍ୟବହାର କରାଯାଉଥିଲା, ସେ ନେଇ ଏସ୍‌ଆଇଟି ଟିମ୍‌ ତଦନ୍ତ ଜାରି ରଖିଛି। ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ।

ଏହାସହ ପଢ଼ନ୍ତୁ: ଏମିତି ଧରିଥିଲା ଚୋରି ରୋଗ, ସୋରୁମ ଯାଇ ଗିଳି ଦେଲେ ହୀରାର ହାର

ଆଇଏମଏ ଜୁଏଲେରୀର ସଂସ୍ଥାପକ ଥିବା ମଂସୁର ଖାନ୍‌ଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିନେଇଛି। ମସୁଂର ଦୁବାଇରୁ ଦିଲ୍ଲୀ ଆସିବା ପରେ ପୋଲିସ ତାଙ୍କୁ ନୂଆଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି। ଏସ୍‌ଆଇଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜରିଆରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଛି। ୩୦ ହଜାର ଲୋକଙ୍କଠାରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରିଥିବା ନେଇ ମସୁଂରଙ୍କ ନାଁରେ ଅଭିଯୋଗ ରହିଥିଲା। କିନ୍ତୁ ସେ ୧ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫେରାର ଥିଲେ। ବୁଧବାର ଏସ୍‌ଆଇଟି ଟିମ୍‌ ତାଙ୍କ ବେଙ୍ଗାଲୁରୁ ଘରେ ଚଢ଼ାଉ କରି ନକଲି ସୁନା ବିସ୍କୁଟ ଜବତ କରିଥିଲା। ଏହି ଠକେଇ ମାମଲାରେ ଏ ପଯ୍ୟର୍ନ୍ତ ୨୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଓ୍ଵସୀମ ନାମକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖାଯାଇଛି।

Roshni

Recent Posts

ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ବାରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି । ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ ପେଡି । ସକାଳ ୮ଟାରୁ ଆରମ୍ଭ…

11 mins ago

ଶ୍ରୀକ୍ଷେତ୍ର ଭଉଁରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ…

38 mins ago

ଛତିଶଗଡ଼ରୁ ଯାଉଥିଲେ ଜଗା ପାଖକୁ ଅଧାବାଟରୁ ଡାକିନେଲା ଯମ

ଲାଗିଥିଲା କାଳିଆ ଡୋରି । ଭାବିଥିଲେ ଆଜି ଟିକିଏ ପୁରୀ ଯାଇ କାଳିଆ ଦର୍ଶନ କରିବେ । ଆଉ ଦର୍ଶନ…

56 mins ago

ଭୋଟ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ ଲାଗିଲା କଟକଣା, ବାଜିପାରିବନି ଡିଜେ ଓ ଫୁଟିବନି ବାଣ

ପୁରୀ(କେନ୍ୟୁଜ୍‌) : ରାତି ପାହିଲେ ଭୋଟ ଗଣତି ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ ସେନେଇ…

2 hours ago

ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ…

2 hours ago

ଲୋକଙ୍କୁ ଉଷୁକାଇ କରୁଥିଲା ଦଙ୍ଗା, ପୋଲିସ ହାତରେ ଧରାପଡ଼ିଲା ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ

ସୋରଡ଼ା(କେନ୍ୟୁଜ୍‌): ଦୁର୍ଦ୍ଦାନ୍ତ ଅପରାଧୀ ଅମ୍ବିକା ଦାସ ଗିରଫ। ଅମ୍ବିକା ଦାସକୁ ଗିରଫ କଲା ସୋରଡ଼ା ପୋଲିସ । ଗଞ୍ଜାମ ଜିଲ୍ଲା…

3 hours ago