ସ୍ପେଶାଲ

ଆଜିଠାରୁ ଆରମ୍ଭ ନବରାତ୍ରି: ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କରନ୍ତୁ ପୂଜା, ଜାଣନ୍ତୁ ଶୁଭ ମୁହୂର୍ତ୍ତ

ଆଶ୍ୱିନ ଶୁକ୍ଳ ପକ୍ଷରେ ଶାରଦୀୟ ନବରାତ୍ରି ଆଜିଠାରୁ ଆରମ୍ଭ ହେଉଛି। ନବରାତ୍ରି ଆଜିଠାରୁ ଅର୍ଥାତ୍ ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ବର୍ଷକୁ ୪ଟି ନବରାତ୍ରି ହୋଇଥାଏ, ଯେଉଁଥିରେ ଦୁଇଟି ଗୁପ୍ତ ନବରାତ୍ରି, ଚୈତ୍ର ନବରାତ୍ରି ଏବଂ ଶାରଦୀୟ ନବରାତ୍ରି ରହିଛି । ଏଥର ନବରାତ୍ରିରେ ମା’ ଦୁର୍ଗା ହାତୀ ଉପରେ ବିରାଜ ହୋଇ ଆସିବେ। ଚଳିତଥର ୧୫ ଅକ୍ଟୋବର ୨୦୨୩ରୁ ଆରମ୍ଭ ହାଇ ବୁଧାଦିତ୍ୟ ଯୋଗ, ସୁନଫା ଯୋଗ, ବିଶି ଯୋଗ, ଲକ୍ଷ୍ମୀ ଯୋଗର ଅଦ୍ଭୁତ ସଂଯୋଗ ସହିତ ମା’ଙ୍କ ଆରଧାନା ଆରମ୍ଭ ହେବ ।

ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ନବରାତ୍ରିର ପ୍ରଥମ ଦିନରେ ପୂଜାରେ ଅନେକ ବିଶେଷ ଜିନିଷର ଯତ୍ନ ନେବାକୁ ପଡିଥାଏ । ତେବେ ମା’ଙ୍କୁ ପୂଜା କରିବାର ବିଧି ଓ ବିଧାନ ଅଲଗା ହୋଇଥାଏ । ଦେବୀ ଶୈଳପୁତ୍ରୀ ଜ୍ଞାନ ଏବଂ ସ୍ଥିରତାର ପ୍ରତୀକ । ମା’ଙ୍କ ଆରଧାନ କରିବା ଦ୍ୱାରା ସୁଯୋଗ୍ୟ ବର ମିଳିଥାଏ ।

ନବରାତ୍ରିର ପ୍ରଥମ ଦିନରେ ମାତାଙ୍କର ଶୈଳପୁତ୍ରୀଙ୍କୁ ଉପାସନା କରାଯାଏ । ହିମାଳୟଙ୍କର ଝିଅ ହୋଇଥିବାରୁ ତାଙ୍କ ନାମ ଶୈଳପୁତ୍ରୀ । ପୂର୍ବ ଜନ୍ମରେ ତାଙ୍କ ନାମ ସତୀ ଥିଲା ଯିଏକି ଭଗବାନ ଶିବଙ୍କ ପତ୍ନୀ ରହିଥିଲେ । ସତୀଙ୍କ ପିତା ଦକ୍ଷ ପ୍ରଜାପତି ଯେତେବେଳେ ଭଗବାନ ଶିବକୁ ଅପମାନ କରିଥିଲେ, ଏହି କାରଣ ଯୋଗୁଁ ଯଜ୍ଞ ଅଗ୍ନିରେ ନିଜକୁ ଭସ୍ମ କରିଦେଇଥିଲେ ସତୀ ।

ପରବର୍ତ୍ତୀ ଜୀବନରେ, ଏହି ସତୀ ଶୈଳପୁତ୍ରୀ ହୋଇ କେବଳ ଭଗବାନ ଶିବଙ୍କୁ ବିବାହ କରିଥିଲେ । ତେଣୁ ମାତା ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ସୂର୍ଯ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ମା’ଙ୍କ ପାଖରେ ଶୁଦ୍ଧ ଘିଅରେ ଭୋଗ ଲଗାଇବା ଉଚିତ। ଏହା ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମ୍ମାନ ପ୍ରଦାନ କରେ । ତେଣୁ ଆସନ୍ତୁ ଜାଣିବା କିପରି ନବରାତ୍ରିର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କୁ କିଭଳି ପୂଜା କରିବେ।

କେମିତି କରିବେ ମା’ଙ୍କ ପୂଜା ?

ନବରାତ୍ରିର ପ୍ରଥମ ଦିନରେ କାଠ ଥାଳିରେ ନାଲି କିମ୍ବା ଧଳା କପଡା ରଖି ମାତା ଶୈଳପୁତ୍ରୀଙ୍କ ଦେବତା କିମ୍ବା ଚିତ୍ର ସ୍ଥାପନ କରନ୍ତୁ । ଧଳା ବସ୍ତୁ ମାତାଙ୍କର ଅତ୍ୟନ୍ତ ପ୍ରିୟ, ତେଣୁ ମାତାଙ୍କୁ ଧଳା ପୋଷାକ କିମ୍ବା ଧଳା ଫୁଲ ପ୍ରଦାନ କରନ୍ତୁ ଏବଂ ଧଳା ବର୍ଫି ପ୍ରଦାନ କରନ୍ତୁ । ମା’ ଶୈଳପୁତ୍ରୀଙ୍କୁ ପୂଜା ଏବଂ ଆରାଧନା କରିବା ଯୋଗୁଁ ସମସ୍ତ ମନୋବାଞ୍ଝା ପୂର୍ଣ୍ଣ ହେବା ସହିତ ଝିଅମାନଙ୍କୁ ମନ ମୁତାବକ ବର ମିଳିଥାଏ । ମା’ଙ୍କ ପାଖରେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ନବରାତ୍ରିରେ ମା’ ଶୈଳପୁତ୍ରୀଙ୍କୁ ପୂଜା କରିବା ଦ୍ୱାରା ଜୀବନରୁ ସମସ୍ତ ସଙ୍କଟ, ଦୁଃଖ ଏବଂ ନକରାତ୍ମକ ଶକ୍ତି ଦୂର ହୁଏ। ତେଣୁ ଏକ ପାନ ପତ୍ରରେ ଲବଙ୍ଗ ଏବଂ ମିଶିରି ରଖି ମା’ ଶୈଳପୁତ୍ରୀଙ୍କୁ ଅର୍ପଣ କରନ୍ତୁ। ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ।

କଳସ ସ୍ଥାପନା କରିବାର ମୁହୂର୍ତ୍ତ:

କଳସ ସ୍ଥାପନା ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କରାଯାଏ । ଆଜି ସକାଳ ୧୨ ଟାର ୦୧ ମିନିଟରୁ ଆରମ୍ଭ ହୋଇ ୧୨ଟା ୪୬ ମିନିଟ୍‌ ପର୍ଯ୍ୟନ୍ତ ରହିଛି ।

ମା’ଙ୍କୁ ପୂଜା କରିବାର ଉପାୟ :

ପ୍ରଥମ ଦିନରେ ମା’ଙ୍କୁ ପୂଜା କରିବା ସମୟରେ ଲାଲ ବସ୍ତ୍ର ଧାରଣ କରନ୍ତୁ । ତା’ ପରେ ଦେବୀ ମା’ଙ୍କୁ ନାଲି ଫୁଲ, ନାଲି ଫଳ ଅର୍ପଣ କରନ୍ତୁ । ଆପଣ ତମ୍ବା କଏନ ମଧ୍ୟ ଅର୍ପଣ କରିପାରିବେ । ଏହା ପରେ ଓଁ ଦୁର୍ଗାୟ ନମଃ କିମ୍ବା ଓଁଶୈଳପୁତ୍ରୟେ ନମଃ ମନ୍ତ୍ର ଜପ କରନ୍ତୁ ।

ତା’ ପରେ ସୂର୍ଯ୍ୟ ମନ୍ତ୍ର ଅତିକମରେ ୩ ମାଳା ଜପ କରିବା ପରେ ତମ୍ବାର ଜିନିଷକୁ ଧାରଣ କରନ୍ତୁ ।

ନବରାତ୍ରିରେ ୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନ କରାଯାଏ ।

Swagatika

Recent Posts

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

7 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

33 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

58 mins ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

1 hour ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

1 hour ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

1 hour ago