ସ୍ପେଶାଲ

ମୋ ଓଡ଼ିଶା ନବିନ ଓଡ଼ିଶାରେ ଗୃହ ନିର୍ମାଣକୁ ବିରୋଧ କରି ଓ୍ଵାର୍ଡ଼ ମେମ୍ବରଙ୍କୁ ମାଡ଼

ଟିକିଏ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ । ଏ କୌଣସି ଫିଲ୍ମର ସିନ୍‌ ନୁହେଁ ଆଜ୍ଞା, ଏ ଦୃଶ୍ୟ ହେଉଛି ଜଣେ ଓ୍ଵାର୍ଡ଼ ମେମ୍ବରଙ୍କ ଉପରେ ହେଉଥିବା ମରଣାନ୍ତକ ଆକ୍ରମଣ । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଏଠାରେ ଭଲଭାବେ ଦେଖାଇପାରୁନୁ । କିଭଳି ନୃଶଂସ ଭାବେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଇଟା ଫୋପାଡ଼ୁଛନ୍ତି । ଯେଉଁ ଦୃଶ୍ୟକୁ ଦେଖିଲାରୁ ଆମ ଛାତି ଥରିଯାଉଛି । କିଭଳି ଭାବେ ଯୁବକଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ କରୁଛନ୍ତି ।

ତେବେ ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ମଧୁସୁଦନପୁର ଗ୍ରାମର ୧ ନଂ ସୀମାକୁ ଲାଗି ରହିଥିବା ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ନିକଟରେ । ସେହି ସୀମାରେ ବାସୁଦେବପୁର ବ୍ଲକର କିଛି ସରକାରୀ ଜମିକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁଙ୍କ ପରିବାର ଜୋର ଜବରଦସ୍ତ ଦୀର୍ଘ ଦିନ ହେବ ନିଜ କବଜାକୁ ନେଇ ଚଳପ୍ରଚଳ କରି ଆସୁଥିଲେ । ସରକାରଙ୍କ ପକ୍ଷରୁ ସେହି ଜାଗାରେ ମୋ ଓଡିଶା ନବିନ ଓଡିଶା ମାଧ୍ୟମରେ ଏକ କମ୍ୟୁନିଟ ସେଣ୍ଟର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ସେହି ଜାଗାକୁ ସିମୁଳିଆ ବ୍ଲକର ଉପେନ୍ଦ୍ର ସାହୁ କବଜା କରି ନେଇଥିବାରୁ ବରଣ୍ଡୁଆ ପଂଚାୟତର ମଧୁସୁଦନପୁର ବାସୀ ତହସିଲଦାରଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ । ପରେ ବାସୁଦେବପୁର ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ମାପ କରି ଉକ୍ତ ଜାଗାରେ ଥିବା ସମସ୍ତ ସାମଗ୍ରୀକୁ ହଟାଇ ସେହି ଜାଗାରେ ସରକାରଙ୍କ ପକ୍ଷରୁ ଆସିଥିବା ଗୃହ ନିର୍ମାଣ କରିବାକୁ ଭିଜିବିଲିଟ ରିପୋର୍ଟ ମଧୁସୁଦନପୁର ବାସୀଙ୍କୁ ପ୍ରଦାନ କରିଥିଲେ ।

ପରେ ସେହି ଜାଗାରେ ମଧୁସୁଦନପୁର ୧ନଂ ଓ୍ଵାର୍ଡର ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏକ ଗୃହ ନିର୍ମାଣ ନିର୍ମାଣ କରାଗଲା । ଆଜି ସେହି ଘରର ଛାତ ପଡିବାକୁ ଥିବା ବେଳେ ଓ୍ଵାର୍ଡ ସଭ୍ୟ ତଦାରଖ କରିବାକୁ ଯାଇଥିବା ବେଳେ ଉପେନ୍ଦ୍ରଙ୍କ ପରିବାର କାମ ବନ୍ଦ କରି ଦେଇଥିଲେ । ଓ୍ଵାର୍ଡ ସଭ୍ୟ କଣ ପାଇଁ କାମ ବନ୍ଦ କରୁଛ ଏହି ଜାଗା ବାସୁଦେବପୁର ବ୍ଲକର ମଧୁସୁଦନପୁର ଗ୍ରାମର ବୋଲି କହିବାରୁ ଉପେନ୍ଦ୍ରଙ୍କ ପରିବାର ଲୋକେ ଅତର୍କିତ ଭାବେ ଓ୍ଵାର୍ଡ ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନୃଶଂସ ଭାବେ ମାଡ଼ ମାରିଛନ୍ତି । ଏହି ଆକ୍ରମଣରେ ଶ୍ରୀ ପାଣିଗ୍ରାହୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ମାନେ ୁ ଉଦ୍ଧାର କରି ଡାକ୍ତର ଖାନାକୁ ନେଇ ଯାଇଥିଲେ । ପରେ ଗ୍ରାମର କିଛି ମହିଳା ଗୋଷ୍ଠୀ ପହଞ୍ଚି ଉପେନ୍ଦ୍ର ଘେରିଥିବା ବାଡକୁ ଓପାଡି ଫିଙ୍ଗି ଦେଇଥିଲେ । ଏହି ଘଟଣା ଘଟିବା ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବା ବେଳେ ଏନେଇ ଓ୍ଵାର୍ଡ଼ ସଭ୍ୟ ଶୁରେଶ ଚନ୍ଦ୍ର ପାଣିଗ୍ରାହୀ ନ୍ୟାୟ ପାଇଁ ଦାବି କରିଛନ୍ତି ।

KNews Bureau

Recent Posts

ଟି୨୦ ବିଶ୍ୱକପ ପାଇଁ ବିରାଟଙ୍କ ସହିତ ଆମେରିକାରେ ପହଞ୍ଚିଲେ ଅନୁଷ୍କା, ସାଙ୍ଗରେ ଅଛନ୍ତି ଭାମିକା ଓ ଅକାୟ

ଆଇସିସି ଟି୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । ଭାରତୀୟ ଟିମର ପ୍ରଥମ ମ୍ୟାଚ…

42 seconds ago

ଅତି ଆଡ଼ମ୍ବର ସହକାରେ ପାଳିତ ହେଉଛି ପାରମ୍ପାରିକ ଠାକୁରାଣୀ ଯାତ୍ରା, ଜମୁଛି ଶ୍ରଦ୍ଧାଳୁଙ୍କ ଗହଳି

ଢୋଲ-ମହୁରୀ ସାଙ୍ଗକୁ ବାଜା-ବାଜଣାରେ ଅତି ଧୁମଧାମରେ ଚାଲିଛି ଠାକୁରାଣୀଙ୍କ ସାହି ପରିକ୍ରମା । ବିଶ୍ବାସ ରହିଛି, ମା’ଙ୍କ ଏହି ଅଲୌକିକ…

6 mins ago

ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ, କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର ଟାଉନ(କେନ୍ୟୁଜ୍‌): ନିର୍ବାଚନ ଡ୍ୟୁଟି ବେଳେ ଅଘଟଣ । କାର୍ଯ୍ୟରତ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ  । ମୃତକ ହେଲେ ମନୋରଞ୍ଜନ…

7 mins ago

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା…

27 mins ago

ସଲମାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ପର୍ଦ୍ଦାଫାସ୍‌, ୪ ଗିରଫ

ବଲିଉଡ ଭାଇଜାନଙ୍କୁ ହତ୍ୟା କରିବା ଷଡଯନ୍ତ୍ର ଉଦ୍ୟମ ପଣ୍ଡ । ନଭି ମୁମ୍ବାଇରେ ଥିବା ପନ୍‌ଭେଲ ସ୍ଥିତ ଫାର୍ମ ହାଉସରେ…

42 mins ago

ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲା: ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌):ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି…

43 mins ago