କ୍ରୀଡା

ଫୁଟବଲ ଟିମ୍‌ରୁ ବିଦା ହେବା ପରେ ଇଣ୍ଟରନେଟ୍‌ରେ ଛାଡ଼ିଲେ ନ୍ୟୁଡ୍‌ ଫଟୋ ଓ ଭିଡିଓ; ବର୍ଷେ ଭିତରେ କମାଇ ନେଲେ ୫ କୋଟି ଟଙ୍କା!

ଟିମ୍‌ରୁ ବାହାରିବା ପରେ ଜଣେ ମହିଳା ଫୁଟବଲ ଖେଳାଳି ୧ ବର୍ଷ ଭିତରେ ୫ କୋଟି ଟଙ୍କା କମାଇ ନେଇଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ଫୁଟବଲ ଖେଳାଳିଙ୍କ ବିଷୟରେ କହିବୁ, ଯାହାଙ୍କୁ ଦଳରୁ ବାହାର କରି ଦିଆଯାଇଥିଲା। ଆଉ ଏହାପରେ ସେ ଏମିତି କାମ ଆରମ୍ଭ କରିଥିଲେ, ଯଦ୍ଦ୍ଵାରା ବର୍ଷେ ଭିତରେ ପାଖାପାଖି ୫ କୋଟି ଟଙ୍କା ରୋଜଗାର କରି ନେଇଥିଲେ। ଏହି ଫୁଟବଲରଙ୍କ ନାମ ମ୍ୟାଡେଲେନ ରାଇଟ୍। ୨୩ ବର୍ଷୀୟା ଏହି ମହିଳା ଫୁଟବଲର୍ ଇଂଲଣ୍ଡରେ ରୁହନ୍ତି।

ଦଳରୁ ମ୍ୟାଡେଲେନଙ୍କୁ ବିଦା କରାଯାଇଥିଲା

ମ୍ୟାଡେଲେନ ରାଇଟ୍ ଚାର୍ଲଟନ ମହିଳା ଫୁଟବଲ୍ ଦଳ (charlton women’s football team)ରେ ଏକ ଜଣାଶୁଣା ନାମ ଥିଲା। ପରେ ତାଙ୍କୁ ନେଇ ବିବାଦ ଦେଖା ଦେବାରୁ ଦଳ ତାଙ୍କୁ ଧକ୍କା ମାରି ବିଦା କରି ଦେଇଥିଲା। ଖବର ମୁତାବକ, ମ୍ୟାଡେଲେନଙ୍କର ଏକ ଭିଡିଓ ଖୁବ୍‌ ମାତ୍ରାରେ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଦ୍ରୁତ ଗତିରେ ରେଞ୍ଜ୍ ରୋଭର କାର୍ ଚଲାଉଥିବାର ନଜର ଆସିଥିଲେ। ଏହା ବ୍ୟତୀତ କାର୍ ଚଲାଇବା ସମୟରେ ସେ ଶ୍ୟାମ୍ପେନ୍‌ ପିଉଥିବାର ଦେଖା ଯାଇଥିଲେ।

ଅନ୍ୟ ଏକ ଭିଡିଓରେ ମ୍ୟାଡେଲେନ ବେଲୁନ ପବନକୁ ମୁହଁରେ ଟାଣୁଥିବାର ନଜର ଆସିଛନ୍ତି, ଯାହାକି ଏକ ପାର୍ଟିର ଭିଡିଓ ରହିଛି। ବାସ୍ତବରେ, ବେଲୁନ ପବନକୁ ମୁହଁରେ ଭରିବା ଦ୍ୱାରା ଡ୍ରଗ୍ସ ଭଳି ନିଶା ହୋଇଥାଏ। ଏହାର କିଛି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଫୁଟବଲ ଦଳରୁ ବାହାର କରି ଦିଆଯାଇଥିଲା। ଏହାପରେ ମ୍ୟାଡେଲେନ ଭିନ୍ନ କାମ କରିବାକୁ ମନ ବଳାଇଥିଲେ। ସେ ଏକ ଆଡଲ୍ଟ ସବସ୍କ୍ରିପସନ୍ ସାଇଟରେ ନିଜର ଆକାଉଣ୍ଟ ଖୋଲିଥିଲେ ଏବଂ ତା’ ପରେ ସେଥିରେ ନିଜର ନଗ୍ନ ଫଟୋ ଓ ଭିଡିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ତାଙ୍କ ଫଲୋୟର୍ସଙ୍କ ସଂଖ୍ୟା ଏତେ ବଢ଼ି ଯାଇଥିଲା ଯେ ତାହା ଲକ୍ଷରେ ପହଞ୍ଚି ଯାଇଥିଲା।

ଆଡଲ୍ଟ ସବସ୍କ୍ରିପସନ୍ ସାଇଟରେ ନିଜର ଆକାଉଣ୍ଟ ଖୋଲିବା ପରେ ମ୍ୟାଡେଲେନଙ୍କ ରୋଜଗାର ଆକାଶ ଛୁଇଁବାକୁ ଲାଗିଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେ ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ୫ କୋଟି ଟଙ୍କା କମାଇ ନେଇଥିଲେ। ତାଙ୍କ କହିବା ଅନୁସାରେ, ତାଙ୍କ ଆକାଉଣ୍ଟର ସବସ୍କ୍ରିପସନ୍ ନେବା ପାଇଁ ପ୍ରତି ମାସରେ ୨ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ଆଜି ସେ ଏହି ପଇସାରେ ଦେଶ, ଦୁନିଆ ଭ୍ରମଣ କରୁଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ୨ ଲକ୍ଷରୁ ଅଧିକ ସବ୍ସକ୍ରାଇବର ଅଛନ୍ତି।

Roshni

Recent Posts

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

4 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

6 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

43 mins ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

55 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

58 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

1 hour ago