କ୍ରୀଡା

ଦିଲ୍ଲୀ-ହାଇଦ୍ରାବାଦ ଫ୍ୟାନ୍ସଙ୍କ ମଧ୍ୟରେ ତୁମୂଳକାଣ୍ଡ, ଖେଳ ଚାଲିଥିବା ବେଳେ ଷ୍ଟାଣ୍ଟରେ ହେଲେ ମାରପିଟ୍‌: ଦେଖନ୍ତୁ ଭିଡିଓ

ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ୟାନ୍ସ ମଧ୍ୟରେ ତୁମୂଳକାଣ୍ଡ । ଉଭୟ ଟିମର ଫ୍ୟାନ୍ସ ପରସ୍ପର ମଧ୍ୟରେ ମାରପିଟ୍‌ ହୋଇଥିଲେ । ଆଇପିଏଲ୍‌ ୨୦୨୩ର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ ୯ ରନରେ ଜିତିଥିଲା । ଆଉ ଖେଳ ଚାଲିଥିବା ବେଳେ ହଠାତ୍‌ ଷ୍ଟାଣ୍ଡରେ ବସିଥିବା ଫ୍ୟାନ୍ସ ପରସ୍ପର ମଧ୍ୟରେ ମାରପିଟ୍‌ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଏହି ସମୟରେ ଦୁଇ ଟିମର ସମର୍ଥକଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାରପିଟ୍‌ ଆରମ୍ଭ ହୋଇଯାଇଥିଲା । ଭାଇରଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି । ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ୟାନ୍ସ ପରସ୍ପର ମଧ୍ୟରେ ମୁଥ-ଗୋଇଠା ମରାମରି ହୋଇଥିଲେ । କିଛି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫ୍ୟାନ୍ସମାନେ କିଛି ଶୁଣିନଥିଲେ । ପରସ୍ପର ମାରପିଟ ହୋଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।

ଏହି ମ୍ୟାଚରେ ଦିଲ୍ଲୀ ଠାରୁ ପ୍ରତିଶୋଧ ନେଇଛି ସନରାଇଜର୍ସ ହାଇଦ୍ରାବାଦ ।୫ ଦିନ ତଳେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ୭ ରନ୍ରେ ବିଜୟୀ ହୋଇଥିଲା ବେଳେ ଶନିବାର ରାତିରେ ହାଇଦ୍ରାବାଦ୍ ୯ ରନରେ ମ୍ୟାଚ୍ ଜିତିଥିଲା।

ଖେଳାଯାଇଥିବା ୪୦ତମ ମ୍ୟାଚରେ ପ୍ରଥମେ କବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ ହରାଇ ୧୯୭ ରନ୍‌ କରିଥିଲା । ୧୯୮ ରନ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୮୮ ରନ୍‌ ହିଁ କରିପାରିଥିଲା। ଫଳରେ ହାଇଦ୍ରାବାଦ ୯ ରନରେ ମ୍ୟାଚ ଜିତିନେଇଥିଲା ।

ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଖରାପ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମରୁ ୫ଟି ମ୍ୟାଚ୍‌ ହାରିଛି । ଲକ୍ଷ୍ମୌ ସୁପରଜିଆଣ୍ଟସ, ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଟିମ ଠାରୁ ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତବର୍ଷ ଆଇପିଏଲ୍‌ ଟେବୁଲରେ ଦିଲ୍ଲୀ ୪ ପଏଣ୍ଟରେ ୧୦ମ ସ୍ଥାନରେ ରହିଛି ।

 

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

6 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

9 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

9 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

9 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

10 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

10 hours ago