ଦିଲ୍ଲୀ-ହାଇଦ୍ରାବାଦ ଫ୍ୟାନ୍ସଙ୍କ ମଧ୍ୟରେ ତୁମୂଳକାଣ୍ଡ, ଖେଳ ଚାଲିଥିବା ବେଳେ ଷ୍ଟାଣ୍ଟରେ ହେଲେ ମାରପିଟ୍: ଦେଖନ୍ତୁ ଭିଡିଓ
ମାରପିଟ୍ ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ଟିମ୍ର ସମର୍ଥକ। ମ୍ୟାଚ୍ ଚାଲିଥିବା ବେଳେ ଉଭୟ ଦଳର ଫ୍ୟାନ୍ସ ହୋଇଥିଲେ ମାରପିଟ୍। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ୟାନ୍ସ ମଧ୍ୟରେ ତୁମୂଳକାଣ୍ଡ । ଉଭୟ ଟିମର ଫ୍ୟାନ୍ସ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ । ଆଇପିଏଲ୍ ୨୦୨୩ର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ ୯ ରନରେ ଜିତିଥିଲା । ଆଉ ଖେଳ ଚାଲିଥିବା ବେଳେ ହଠାତ୍ ଷ୍ଟାଣ୍ଡରେ ବସିଥିବା ଫ୍ୟାନ୍ସ ପରସ୍ପର ମଧ୍ୟରେ ମାରପିଟ୍ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା । ଏହି ସମୟରେ ଦୁଇ ଟିମର ସମର୍ଥକଙ୍କ ମଧ୍ୟରେ କୌଣସି କଥାକୁ ନେଇ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ଭାଇରଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳିଛି । ଦିଲ୍ଲୀ ଏବଂ ହାଇଦ୍ରାବାଦ ଫ୍ୟାନ୍ସ ପରସ୍ପର ମଧ୍ୟରେ ମୁଥ-ଗୋଇଠା ମରାମରି ହୋଇଥିଲେ । କିଛି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକ ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଫ୍ୟାନ୍ସମାନେ କିଛି ଶୁଣିନଥିଲେ । ପରସ୍ପର ମାରପିଟ ହୋଇଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।
big fight between fans in Delhi during their match against SRH.
Hyderabad Fans vs Delhi Fans#IPL2O23 #SRHvsDC #DCvSRH #DCvsSRH #SRHvDC #CSKvsPBKS #CSKvPBKS #ViratKohli pic.twitter.com/1fLYlUR7Fd
— Vishwajit Patil (@_VishwajitPatil) April 30, 2023
ଏହି ମ୍ୟାଚରେ ଦିଲ୍ଲୀ ଠାରୁ ପ୍ରତିଶୋଧ ନେଇଛି ସନରାଇଜର୍ସ ହାଇଦ୍ରାବାଦ ।୫ ଦିନ ତଳେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ ୭ ରନ୍ରେ ବିଜୟୀ ହୋଇଥିଲା ବେଳେ ଶନିବାର ରାତିରେ ହାଇଦ୍ରାବାଦ୍ ୯ ରନରେ ମ୍ୟାଚ୍ ଜିତିଥିଲା।
ଖେଳାଯାଇଥିବା ୪୦ତମ ମ୍ୟାଚରେ ପ୍ରଥମେ କବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୬ ଓ୍ଵିକେଟ ହରାଇ ୧୯୭ ରନ୍ କରିଥିଲା । ୧୯୮ ରନ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ ହରାଇ ୧୮୮ ରନ୍ ହିଁ କରିପାରିଥିଲା। ଫଳରେ ହାଇଦ୍ରାବାଦ ୯ ରନରେ ମ୍ୟାଚ ଜିତିନେଇଥିଲା ।
ଚଳିତବର୍ଷ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଖରାପ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମରୁ ୫ଟି ମ୍ୟାଚ୍ ହାରିଛି । ଲକ୍ଷ୍ମୌ ସୁପରଜିଆଣ୍ଟସ, ଗୁଜରାଟ ଟାଇଟନ୍ସ, ରାଜସ୍ଥାନ ରୟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଟିମ ଠାରୁ ହାରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଚଳିତବର୍ଷ ଆଇପିଏଲ୍ ଟେବୁଲରେ ଦିଲ୍ଲୀ ୪ ପଏଣ୍ଟରେ ୧୦ମ ସ୍ଥାନରେ ରହିଛି ।