Below header

ମନ୍‌ କି ବାତର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ,ମନେ ପକାଇଲେ ପ୍ରଧାନମନ୍ତ୍ରୀ

ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଥିଲା ପ୍ରସାରଣ ବ୍ୟବସ୍ଥା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍‌ କି ବାତର ପ୍ରଥମ ଏପିସୋଡକୁ ମନେ ପକାଇଥିଲେ

କେନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଆଜି ୧୦୦ତମ ଏପିସୋଡ୍‌ ପୂରଣ କରିଛି । ଏହି ଅବସରରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ମନ୍‌ କି ବାତର ଏହି ସଂସ୍କରଣକୁ ନିଆରା କରିବା ଲାଗି ଦେଶବ୍ୟାପୀ ୪ ଲକ୍ଷ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ହୋଇଥିଲା ପ୍ରସାରଣ ବ୍ୟବସ୍ଥା । ଏହି ଅବସରରେ ପ୍ରଧାନମନ୍ତ୍ରୀ ମନ୍‌ କି ବାତର ପ୍ରଥମ ଏପିସୋଡକୁ ମନେ ପକାଇଥିଲେ । ସେ କହିଛନ୍ତି, ମନ୍‌ କି ବାତ୍‌ ଆଜି ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହା ତାଙ୍କ ପାଇଁ ଆସ୍ଥା, ପୂଜା ଓ ବ୍ରଜ ପାଲଟିଛି । ଅନ୍ୟର ଗୁଣରୁ ଶିକ୍ଷା କରିବାର ମିଳିଛି ଅନେକ ଅନୁଭୂତି ।

ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଫଳତା ଦ୍ୱାରା ପ୍ରଭାବିତ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ବି ଏହାର ସିଧାପ୍ରସାରଣ କରାଯାଇଥିଲା । ବାଣିଜ୍ୟ ଦୂତାବାସ ପକ୍ଷରୁ ମଧ୍ୟ ପ୍ରବାସୀ ଭାରତୀୟଙ୍କ ପାଇଁ ଏହି ସ୍ୱତନ୍ତ୍ର ସଂସ୍କରଣ ଶୁଣାଇବାର ବ୍ୟବସ୍ଥା ହୋଇଥିଲା । ଭୁବନେଶ୍ୱରରେ ରାଜଭବନ ପରିସରରେ କରାଯାଉଛି ସ୍ୱତନ୍ତ୍ର ସ୍କ୍ରିନିଂ । ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ଜନସଧାରଣଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି । ୨୦୧୪, ଅକ୍ଟୋବର ୩ ତାରିଖରେ ପ୍ରସାରିତ ହୋଇଥିଲା ମନ୍‌ କି ବାତ୍‌ର ପ୍ରଥମ ଏପିସୋଡ୍‌ । ସେହିଦିନଠାରୁ ପ୍ରଧାନମନ୍ତ୍ରୀଙ୍କର ଏହି ରେଡିଓ କାର୍ଯ୍ୟକ୍ରମ ପ୍ରତି ମାସର ଶେଷ ରବିବାର ସକାଳ ୧୧ଟାରେ ପ୍ରସାରିତ ହେଉଛି ।

ମନ୍‌ କି ବାତର ୧୦୦ତମ ଏପିସୋଡରେ ସ୍ଥାନ ପାଇଲେ କଟକର ଦିବଂଗତ ସମାଜସେବୀ ଡି. ପ୍ରକାଶ ରାଓ । ତାଙ୍କୁ ଆଜି ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ଚା’ ବିକି ପ୍ରକାଶ ରାଓ କିଭଳି ସେବା କରୁଥିଲେ କହିଥିଲେ । ଗରିବ ପିଲାଙ୍କ ପାଠପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା କହିଥିଲେ ପ୍ରଧାନମନ୍ତ୍ରୀ । କଟକ ଗସ୍ତରେ ଆସିଥିବା ବେଳେ ଡି. ପ୍ରକାଶ ରାଓଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.