ଦିଲ୍ଲୀରେ ୧୦୦ କୋଟିର ପ୍ଲଟ କିଣିଥିଲା ମାଫିଆ ଅତିକ ଅହମ୍ମଦ, ଏସଟିଏଫ କଲା ଖୁଲାସା

ଅତିକ ଦିଲ୍ଲୀରେ ଜଣେ ନେତାଙ୍କ ସହାୟତାରେ ୧୦୦ କୋଟି ଟଙ୍କାର ସମ୍ପତ୍ତି କିଣିଥିବା ଜଣାପଡିଛି । ଅତିକ-ଅଶରଫ ହତ୍ୟାକାଣ୍ଡ ବିଷୟରେ ଯାଞ୍ଚ ପରେ ଏସଟିଫକୁ କିଛି ପ୍ରମାଣ ମିଳିଛି ।

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମ୍ମଦ ହତ୍ୟା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଖବର ଆସିଛି କି, ଅତିକ ଦିଲ୍ଲୀରେ ଜଣେନେତାଙ୍କ ସହାୟତାରେ ୧୦୦ କୋଟି ଟଙ୍କାର ସମ୍ପତ୍ତି କିଣିଥିବା ଜଣାପଡିଛି । ଅତିକ-ଅଶରଫ ହତ୍ୟାକାଣ୍ଡ ବିଷୟରେ ଯାଞ୍ଚ ପରେ ଏସଟିଫକୁ କିଛି ପ୍ରମାଣ ମିଳିଛି ।

ଖବର ମୁତାବକ, ଅତିକ ଦିଲ୍ଲୀର ଶାହିନବାଗ-ବାଟଲା ହାଉସରେ ୧୦୦ କୋଟିର ସମ୍ପତ୍ତି କିଣିଥିଲା । ଆଉ ଏହାର ଖବର କେବଳ ମାଫିଆ ଅତିକର ନିକଟ ସମ୍ପର୍କୀୟ ଜାଣିଥିଲେ । ଅତିକ ଏହି ସମ୍ପତ୍ତି ଜଣେ ନେତାଙ୍କ ସହାୟତାରେ କିଣିଥିଲା । ଏହି ନେତା ପୁଅ ସହିତ ଅତିକ ପୁଅର ଭଲ ସଂପର୍କ ରହିଥିଲା । ଅତିକର ବଡ ପୁଅ ଉମର ଏବଂ ଅଲ୍ଲୀ ତାଙ୍କ ଘରେ ଅନେକ ଥର ମଧ୍ୟ ଯାଇ ରହିଥିବା ଚର୍ଚ୍ଚା ହେଉଛି ।

ଦିଲ୍ଲୀର ଶାହିନବାଗ, ଓଖଲା, ବାଟଲା ହାଉସ, ସାକେତ ଏବଂ ସାଉଥ ଦିଲ୍ଲୀ ଅଞ୍ଚଳରେ ଅତିକ ଅନେକ ସମ୍ପତ୍ତି କିଣିଛି । ଯାହାର ପାଖାପାଖି ଦାମ ୧୦୦ କୋଟିରୁ ଅଧିକ ହେବ ବୋଲି ଏସଟିଏଫ ଜାଣିବାକୁ ପାଇଛି ।

ଅତିକ ଅହମଦ-ଅଶରଫ ହତ୍ୟା ମାମଲାରେ ତିନି ଜଣ ଦୋଷୀ ଲଭଲେଶ ତିଓ୍ଵାରୀ, ସନି ଏବଂ ଅରୁଣ ମୌର୍ଯ୍ୟକୁ ଶନିବାର ଦିନ ପ୍ରୟାଗରାଜ ସିଜେଏମ କୋର୍ଟରେ ଭିଡିଓ କନଫରେନ୍ସି ଜରିଆରେ ହାଜର କରାଯାଇଥିଲା । ଏହା ପରେ କୋର୍ଟ ଏହି ତିନି ଜଣଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ୧୨ ମଇ ପର୍ଯ୍ୟନ୍ତ ଏମାନେ ଜେଲରେ ରହିବେ । ତା’ପରେ ପୁଣି ସେମାନଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ, ଏପ୍ରିଲ ୧୫ରେ ଅତିକ ଓ ଅଶରଫ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ପ୍ରୟାଗରାଜର ଗୋଟିଏ ହସ୍ପିଟାଲକୁ ଚେକଅପ ପାଇଁ ଯାଉଥିବା ସମୟରେ ସାମ୍ବାଦିକ ବେଶରେ ୩ ଜଣ ଯୁବକ ସେମାନଙ୍କ ପାଖରେ ପହଞ୍ଚିବା ସହ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଉଭୟଙ୍କୁ ହତ୍ୟା କରିଥିଲେ। ଅତିକ ଓ ଅଶରଫଙ୍କୁ କସାରି ମଜାରି କବରସ୍ଥାନରେ କବର ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.