ଏବେ ଏବେ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମସ୍ତି କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକିପାରିବେ ନାହିଁ। ଭିଡିଓକୁ cskfansofficial ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି। ଏଥିରେ ସୁରେଶ ରୈନାଙ୍କ ସହ କ୍ରିକେଟର କେଏମ୍ ଆସିଫ୍ ନଜର ଆସୁଛନ୍ତି। ଭିଡିଓର କ୍ୟାପସନ ରହିଛି, ‘ସନ୍ ଓ ଡାଡ୍ ଫିଚର୍ଡ ସୁରେଶ ଓ ଆସିଫ୍’। ତେବେ ଏଥିରେ ଏମିତି କ’ଣ ଅଛି, ତାହା ଆପଣମାନେ ନିଶ୍ଚିତ ଦେଖନ୍ତୁ।
ଭିଡିଓଟି ଖୁବ୍ ମଜାଳିଆ। ଏଥିରେ ପୁଅର ଭୂମିକା ସୁରେଶ ରୈନା ତୁଲାଉଥିବା ବେଳେ ବାପାଙ୍କ ରୋଲ୍ ପ୍ଲେ କରୁଛନ୍ତି ଆସିଫ୍। ଭିଡିଓରେ ଆସିଫ୍ ପଚାରୁଛନ୍ତି, ‘ରେଜଲ୍ଟ କେମିତି ରହିଲା’? ଏହାର ଉତ୍ତରରେ ରୈନା କହୁଛନ୍ତି, ‘ଏକ ଗୁଡ୍ ନ୍ୟୁଜ୍ ଅଛି ଓ ଏକ ବ୍ୟାଡ୍ ନ୍ୟୁଜ୍’। ଏହାପରେ ଆସିଫ୍ ପଚାରୁଛନ୍ତି, ‘ଗୁଡ୍ ନ୍ୟୁଜ୍ କ’ଣ’? ରୈନା କହୁଛନ୍ତି, ‘ମୁଁ ପାସ୍ ହୋଇଯାଇଛି’। ସେହିପରି ବ୍ୟାଡ୍ ନ୍ୟୁଜ୍ କ’ଣ ବୋଲି ଆସିଫ୍ ପଚାରିଲା ପରେ ରୈନା କହିଥିଲେ, ‘ଗୁଡ୍ ନ୍ୟୁଜ୍ ଭୁଲ୍ ଅଟେ’। ଏହାପରେ ଆସିଫ୍ ରୈନାଙ୍କୁ ମାରିବାକୁ ଗୋଡ଼ାଉଥିବା ବେଳେ ରୈନା ଦୌଡ଼ି ପଳାଉଛନ୍ତି।
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…