Below header

ସୁରେଶ ରୈନାଙ୍କ ଏହି ମଜାଦାର ଭିଡିଓ ଭାଇରାଲ, ଆପଣ ବି ରୋକି ପାରିବେନି ହସ

ଏବେ ଏବେ ଭାରତୀୟ କ୍ରିକେଟର ସୁରେଶ ରୈନାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମସ୍ତି କରୁଥିବା ନଜର ଆସୁଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ରୋକିପାରିବେ ନାହିଁ। ଭିଡିଓକୁ cskfansofficial ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛି। ଏଥିରେ ସୁରେଶ ରୈନାଙ୍କ ସହ କ୍ରିକେଟର କେଏମ୍‌ ଆସିଫ୍‌ ନଜର ଆସୁଛନ୍ତି। ଭିଡିଓର କ୍ୟାପସନ ରହିଛି, ‘ସନ୍‌ ଓ ଡାଡ୍‌ ଫିଚର୍ଡ ସୁରେଶ ଓ ଆସିଫ୍‌’। ତେବେ ଏଥିରେ ଏମିତି କ’ଣ ଅଛି, ତାହା ଆପଣମାନେ ନିଶ୍ଚିତ ଦେଖନ୍ତୁ।

 

View this post on Instagram

 

Dad and the son ft. @asif_km_24 & @sureshraina3. 🤣🤣🤣🤣 • • #WhistlePodu #Yellove #SuperFam #IPL2020

A post shared by WhistlePoduArmy® CSK Fan Club (@cskfansofficial) on

ଭିଡିଓଟି ଖୁବ୍‌ ମଜାଳିଆ। ଏଥିରେ ପୁଅର ଭୂମିକା ସୁରେଶ ରୈନା ତୁଲାଉଥିବା ବେଳେ ବାପାଙ୍କ ରୋଲ୍‌ ପ୍ଲେ କରୁଛନ୍ତି ଆସିଫ୍‌। ଭିଡିଓରେ ଆସିଫ୍‌ ପଚାରୁଛନ୍ତି, ‘ରେଜଲ୍ଟ କେମିତି ରହିଲା’? ଏହାର ଉତ୍ତରରେ ରୈନା କହୁଛନ୍ତି, ‘ଏକ ଗୁଡ୍‌ ନ୍ୟୁଜ୍‌ ଅଛି ଓ ଏକ ବ୍ୟାଡ୍‌ ନ୍ୟୁଜ୍‌’। ଏହାପରେ ଆସିଫ୍‌ ପଚାରୁଛନ୍ତି, ‘ଗୁଡ୍‌ ନ୍ୟୁଜ୍‌ କ’ଣ’? ରୈନା କହୁଛନ୍ତି, ‘ମୁଁ ପାସ୍‌ ହୋଇଯାଇଛି’। ସେହିପରି ବ୍ୟାଡ୍‌ ନ୍ୟୁଜ୍‌ କ’ଣ ବୋଲି ଆସିଫ୍‌ ପଚାରିଲା ପରେ ରୈନା କହିଥିଲେ, ‘ଗୁଡ୍‌ ନ୍ୟୁଜ୍‌ ଭୁଲ୍‌ ଅଟେ’। ଏହାପରେ ଆସିଫ୍‌ ରୈନାଙ୍କୁ ମାରିବାକୁ ଗୋଡ଼ାଉଥିବା ବେଳେ ରୈନା ଦୌଡ଼ି ପଳାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.