ଭୁବନେଶ୍ୱର (କେ ନ୍ୟୁଜ୍) : ବାରବାଟୀ ବିଜୟ ପରେ ଆଜି ଫେରୁଛନ୍ତି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ର ଖେଳାଳିମାନେ । ସକାଳ ବେଳା କିଛି ଖେଳାଳି ଫେରି ଯାଇଥିବା ବେଳେ ଆଉ କିଛି ସମୟ ଭିତରେ ଅନ୍ୟ ଖେଳାଳିମାନେ ବିମାନରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଦିଲ୍ଲୀ ଯିବାକୁ ଥିବା ଖେଳାଳିମାନେ ଫେରିଯାଇଛନ୍ତି ।
ଗତ ୧୯ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେହିଦିନରୁ ସାରା ରାଜ୍ୟରେ ଲାଗି ରହିଥିଲା କ୍ରିକେଟ୍ ମାନିଆ । ଗତକାଲି ବାରବାଟଈରେ ଟିମ୍ ଇଣ୍ଡିଆ ମ୍ୟାଚ୍ ସହ ଦିନିକିଆ ସିରିଜ୍ ଜିତିବା ପରେ ସମସ୍ତେ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲେ ।
ଏପଟେ ଭୁବନେଶ୍ୱରରେ ଚାରିଦିନର ରହଣି ସମୟରେ ଖେଳାଳିମାନଙ୍କୁ ଭବ୍ୟ ଆତିଥ୍ୟ ସହ କଡ଼ା ସୁରକ୍ଷା ଦିଆଯାଇଥିଲା । ସେହିଭଳି ହୋଟେଲ, ବିମାନ ବନ୍ଦର ଏବଂ ଷ୍ଟାଡିୟମ ସବୁଠାରେ ସେମାନଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାକାର ଆତିଥ୍ୟରେ ଖେଳାଳି ଏବଂ ଟିମ୍ ପ୍ରଶାସକ ସମସ୍ତେ ଭାରି ଖୁସି ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…