ବାରବାଟୀ ମ୍ୟାଚ୍‌ ପରେ ଆଜି ଭୁବନେଶ୍ୱରରୁ ଫେରୁଛନ୍ତି ଭାରତ ଓ ଇଣ୍ଡିଜ ଦଳର ଖେଳାଳି

ଭୁବନେଶ୍ୱର (କେ ନ୍ୟୁଜ୍‌) : ବାରବାଟୀ ବିଜୟ ପରେ ଆଜି ଫେରୁଛନ୍ତି ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ର ଖେଳାଳିମାନେ । ସକାଳ ବେଳା କିଛି ଖେଳାଳି ଫେରି ଯାଇଥିବା ବେଳେ ଆଉ କିଛି ସମୟ ଭିତରେ ଅନ୍ୟ ଖେଳାଳିମାନେ ବିମାନରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବେ । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସମେତ ଦିଲ୍ଲୀ ଯିବାକୁ ଥିବା ଖେଳାଳିମାନେ ଫେରିଯାଇଛନ୍ତି ।
ଗତ ୧୯ ତାରିଖରେ ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେହିଦିନରୁ ସାରା ରାଜ୍ୟରେ ଲାଗି ରହିଥିଲା କ୍ରିକେଟ୍‌ ମାନିଆ । ଗତକାଲି ବାରବାଟଈରେ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ସହ ଦିନିକିଆ ସିରିଜ୍‌ ଜିତିବା ପରେ ସମସ୍ତେ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲେ ।
ଏପଟେ ଭୁବନେଶ୍ୱରରେ ଚାରିଦିନର ରହଣି ସମୟରେ ଖେଳାଳିମାନଙ୍କୁ ଭବ୍ୟ ଆତିଥ୍ୟ ସହ କଡ଼ା ସୁରକ୍ଷା ଦିଆଯାଇଥିଲା । ସେହିଭଳି ହୋଟେଲ, ବିମାନ ବନ୍ଦର ଏବଂ ଷ୍ଟାଡିୟମ ସବୁଠାରେ ସେମାନଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଠାକାର ଆତିଥ୍ୟରେ ଖେଳାଳି ଏବଂ ଟିମ୍‌ ପ୍ରଶାସକ ସମସ୍ତେ ଭାରି ଖୁସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.