Categories: କ୍ରୀଡା

ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଦଳ ଘୋଷିତ, ୧୨ ଜଣିଆ ମହିଳା ଦଳରେ ଅଛନ୍ତି ୪ ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର(କେନ୍ୟୁଜ୍): ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷିତ ହୋଇଛି। ୧୨ ଜଣିଆ ମହିଳା ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ, ହୁପି ମାଝୀ, ମୀରାରାଣି ହେମ୍ବ୍ରମ୍‌ ଓ ଶୁଭଲକ୍ଷ୍ମୀ ବାରିକ। ଏହି ୪ ଜଣଙ୍କ ଭିତରୁ ସୁମିତ୍ରା ନାୟକ, ହୁପି ମାଝୀ ଓ ମୀରାରାଣି ହେମ୍ବ୍ରମ୍‌ କିସ୍‌ ଛାତ୍ରୀ। ରଗବୀ ଇଣ୍ଡିଆ ତରଫରୁ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରାଯାଇଛି।

ଏହି ଅବସରେ ଉପସ୍ଥିତିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହାର, କ୍ରୀଡ଼ା ସଚିବ ବିଶାଳ ଦେବ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ୟୁ କେ ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ରାହୁଲ ବୋଷ ଉପସ୍ଥିତ ଥିଲେ। ଜାକର୍ତ୍ତାରେ ଆସନ୍ତା ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି। ଭାରତୀୟ ଦଳରେ ୪ ଓଡ଼ିଆ ସାମିଲ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨ ଜଣିଆ ଦଳରେ କିସ୍‌ ଛାତ୍ରୀ ସ୍ଥାନ ପାଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

 

KNews Bureau

Recent Posts

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

6 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

18 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

23 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

24 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago