ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଦଳ ଘୋଷିତ, ୧୨ ଜଣିଆ ମହିଳା ଦଳରେ ଅଛନ୍ତି ୪ ଜଣ ଓଡ଼ିଆ ଖେଳାଳି

ଭୁବନେଶ୍ୱର(କେନ୍ୟୁଜ୍): ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି ଲାଗି ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷିତ ହୋଇଛି। ୧୨ ଜଣିଆ ମହିଳା ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସୁମିତ୍ରା ନାୟକ, ହୁପି ମାଝୀ, ମୀରାରାଣି ହେମ୍ବ୍ରମ୍‌ ଓ ଶୁଭଲକ୍ଷ୍ମୀ ବାରିକ। ଏହି ୪ ଜଣଙ୍କ ଭିତରୁ ସୁମିତ୍ରା ନାୟକ, ହୁପି ମାଝୀ ଓ ମୀରାରାଣି ହେମ୍ବ୍ରମ୍‌ କିସ୍‌ ଛାତ୍ରୀ। ରଗବୀ ଇଣ୍ଡିଆ ତରଫରୁ ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳ ଘୋଷଣା କରାଯାଇଛି।

cmଏହି ଅବସରେ ଉପସ୍ଥିତିରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହାର, କ୍ରୀଡ଼ା ସଚିବ ବିଶାଳ ଦେବ, ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସମ୍ପାଦକ ୟୁ କେ ମହାନ୍ତି, କିଟ୍‌ ଓ କିସ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ରାହୁଲ ବୋଷ ଉପସ୍ଥିତ ଥିଲେ। ଜାକର୍ତ୍ତାରେ ଆସନ୍ତା ୧୦ ଓ ୧୧ ତାରିଖରେ ଅନୁଷ୍ଠିତ ହେବ ଏସିଆ ରଗ୍‌ବୀ ସେଭେନ୍‌ସ ଟ୍ରଫି। ଭାରତୀୟ ଦଳରେ ୪ ଓଡ଼ିଆ ସାମିଲ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨ ଜଣିଆ ଦଳରେ କିସ୍‌ ଛାତ୍ରୀ ସ୍ଥାନ ପାଇଥିବାରୁ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ।

achyuta