ଆଜି ଲୋକସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଉପରେ ହେବ ଆଲୋଚନା

ନୂଆଦିଲ୍ଲୀ(କେନ୍ୟୁଜ୍): ଆଜି ଲୋକସଭାରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ ବିଲ୍‌ ଉପରେ ହେବ ଆଲୋଚନା। ଗତକାଲି ଏହି ବିଲ୍‌ ରାଜ୍ୟସଭାରେ ଗୃହୀତ ହୋଇ ସାରିଛି। ଏହି ବିଲ୍‌ ଲାଗୁ ହେଲେ, ଜମ୍ମୁ ଓ କାଶ୍ମୀରକୁ ରାଜ୍ୟ ମାନ୍ୟତାରୁ ହଟାଇ ଦିଆଯିବ। ରାଜ୍ୟକୁ ଦୁଇ ଭାଗ କରି କେନ୍ଦ୍ର ଶାସିତ ଅଂଚଳ କରାଯିବ। ଗୋଟିଏ ଜମ୍ମୁ-କାଶ୍ମୀର ଓ ଅନ୍ୟଟି ଲଦାଖ। ଜମ୍ମୁ ଓ କଶ୍ମୀରରେ ବିଧାନସଭା ରହିବ କିନ୍ତୁ ରାଜ୍ୟପାଳ ରହିବେ ନାହିଁ। ଦାୟିତ୍ୱରେ ରହିବେ ଲେଫ୍ଟେନାଣ୍ଟ ଗଭର୍ଣ୍ଣର। ସେହିପରି ଲଦାଖରେ ରହିବ ନାହିଁ ବିଧାନସଭା, ଦାୟୀତ୍ୱରେ ରହିବେ ଲେପ୍ଟେନାଣ୍ଟ ଗଭର୍ଣ୍ଣର। ପରିସ୍ଥିତି ସୁଧୁରିଲେ ଏବଂ ଉଚିତ୍‌ ସମୟ ଆସିଲେ ଜମ୍ମୁ ଓ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। କିନ୍ତୁ ଏଥି ଲାଗି ସମୟ ଲାଗିବ ବୋଲି ଅମିତ ଶାହ କହିଛନ୍ତି । ସେପଟେ ସମ୍ବିଧାନ ଧାରା ୩୭୦ ଉଚ୍ଛେଦ ପରେ କାଲି ରାତିରେ ସଂସଦକୁ ସୁନ୍ଦର ଆଲୋକମାଳାରେ ସଜାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.