Categories: କ୍ରୀଡା

ରାହୁଲଙ୍କ ଡବଲ୍‌ ରୋଲ୍‌ ଦଳ ପାଇଁ ଫାଇଦା, ତାଙ୍କୁ ନେଇ କଣ କହିଲେ ଅଧିନାୟକ କୋହଲି ଜାଣନ୍ତୁ

ବେଙ୍ଗାଲୁରୁ : ଠିକ୍‌ େଓ୍ଵଷ୍ଟଇଣ୍ଡିଜ୍‌ ସହ ଟି-୨୦ ସିରିଜ୍‌ ଭଳି ଅଷ୍ଟ୍ରେଲିଆ ବିପକ୍ଷରେ କଡ଼ା ଟକ୍କର ପରେ ଦିନିକିଆ ସିରିଜ୍‌ ଜିତିଛି ଟିମ୍‌ ଇଣ୍ଡିଆ । ଗତକାଲି ଏଠାରେ ଚମତ୍କାର ଖେଳ ଦେଖାଇ ଘରୋଇ ଦଳ ଶେଷ ମ୍ୟାଚ୍‌ରେ ୭ ଓ୍ଵିକେଟ୍‌ ରେ ଜିତିବା ସହ ୨-୧ରେ ସିରିଜ୍‌ ବିଜୟୀ ହୋଇଥିଲା । ତେବେ ମ୍ୟାଚ୍‌ ଶେଷରେ ଅଧିନାୟକ ବିରାଟ କୋହଲି ସବୁଠାରୁ ବେଶି ପ୍ରଶଂସା କରିଥିଲେ କେ.ଏଲ୍‌ ରାହୁଲଙ୍କୁ । କାରଣ ରାହୁଲ ଚମତ୍କାର ବ୍ୟାଟିଂ କରିବା ସହ ଦଳର ଆବଶ୍ୟକତା ବେଳେ ଜଣେ ଓ୍ଵିକେଟ୍‌ କିପର ଭାବେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି ।
ପ୍ରଥମ ମ୍ୟାଚ୍‌ରେ ନିୟମିତ ଓ୍ଵିକେଟ୍‌ କିପର ଋଷଭ ପନ୍ତ ଆହତ ହେବା ପରେ ଶେଷ ଦୁଇଟି ମ୍ୟାଚ୍‌ରେ ରାହୁଲ କିପିଂ କରିଥିଲେ । ଓ୍ଵିକେଟ୍‌ ପଛରେ ତାଙ୍କର ପ୍ରଦର୍ଶନ ଭଲ ହୋଇଥିବାରୁ ଏବେ ଦଳ ଚାହୁଁଛି ଧୋନିଙ୍କ ଭଳି ସେ ଡବଲ୍‌ କାମ କରନ୍ତୁ । ଏମିତିକି ଗତକାଲି ବିରାଟ କହିଛନ୍ତି ଯେ ରାହୁଲ ଏହି ଦ୍ୱୈତ ଦାୟିତ୍ୱରେ ରହିବେ । ଯାହାଫଳରେ ପନ୍ତଙ୍କୁ ଅନ୍ତତଃ ଦିନିକିଆ ଓ ଟି-୨୦ରେ ଦଳରେ ଖେଳିବାକୁ ସୁଯୋଗ ନମିଳି ପାରେ ।

ଅତୀତରେ ରାହୁଲଙ୍କୁ ଦଳରେ ଜାଗା ମିଳୁନଥିଲା । ହେଲେ ସେ ନିଜର ବଢ଼ିଆ ଖେଳ ପ୍ରଦର୍ଶନ ବଳରେ ଦଳ ପାଇଁ ଅପରିହାର୍ଯ୍ୟ ପାଲଟି ଯାଇଛନ୍ତି । ସେ ଓପ୍‌ନିଂ ହେଉକି ପ୍ରଥମରୁ ଚତୁର୍ଥ ସ୍ଥାନ, ସବୁଠାରେ ଭଲ ବ୍ୟାଟିଂ କରିବା ସହ ଏବେ କିପିଂ ମଧ୍ୟ କରୁଛନ୍ତି । ରାହୁଲ ଦ୍ୱୈତ ଭୂମିକାରେ ରହୁଥିବାରୁ ଦଳରେ ଆଉ ଜଣେ ବୋଲର୍‌ କିମ୍ବା ଅଲରାଣ୍ଡରକୁ ନେବାର ସୁଯୋଗ ମିଳି ଯାଉଛି । ରାହୁଲ ଅଷ୍ଟ୍ରେଲିଆ ସହ ତିନିଟି ମ୍ୟାଚ୍‌ରେ ଯଥାକ୍ରମେ ୪୭, ୮୦ ଓ ୧୯ ରନ୍‌ ସ୍କୋର କରିବା ସହ ଶେଷ ଦୁଇଟି ମ୍ୟାଚ୍‌ରେ ୪ଟି କ୍ୟାଚ୍‌ ଓ ଗୋଟିଏ ଷ୍ଟମ୍ପିଂ କରିଛନ୍ତି । ସେହିପରି ଏହା ପୂର୍ବରୁ ଶ୍ରୀଲଙ୍କା ସହ ଦୁଇଟି ଟି-୨୦ ମ୍ୟାଚ୍‌ରେ ସେ ୪୫ ଓ ୫୪ ରନ୍‌ ସ୍କୋର କରିଥିଲେ । ତେଣୁ କୋହଲି କହିଛନ୍ତି, ଆଗାମୀ ନ୍ୟୁଜିଲାଣ୍ଡ ସିରିଜ୍‌ରେ ମଧ୍ୟ ରାହୁଲ ଏହି ଡବଲ୍‌ ରୋଲ୍‌ରେ ରହିବେ ।
ସମସ୍ତଙ୍କର ଆଶା ରହିଛି ଯଦି ରାହୁଲ ଏଭଳି ଭାବେ ଡବଲ୍‌ ରୋଲ୍‌ରେ ସଫଳ ହୁଅନ୍ତି ତେବେ ଧୋନିଙ୍କ ଶୂନ୍ୟସ୍ଥାନ ପୂରଣ ହୋଇ ପାରିବ ।

 

 

KNews Bureau

Recent Posts

୧୫ ଫୁଟର ଅଜଗର ଉଦ୍ଧାର, ଛଡ଼ାଗଲା ଜଙ୍ଗଲରେ

ମୋହନା : ଗଜପତି ଜିଲ୍ଲା ମୋହନା ଖାରୀଗୁଡା- ଲେକାପଦର ଗାଁ ନିକଟରୁ ୧୫ ଫୁଟର ଅଜଗର ସାପ ଉଦ୍ଧାର କରିଛନ୍ତି…

2 mins ago

ନାଗପୁର: ସପିଂ କରି ଫେରୁଥିବା ବେଳେ ସେନା ଅଟୋକୁ ଧକ୍କା ଦେଲା ବସ୍‌; ୨ ଯବାନ ମୃତ, ୬ ଗୁରୁତର

ମହାରାଷ୍ଟ୍ରର ନାଗପୁରରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ କହ୍ନାନ ନଦୀ ବ୍ରିଜ୍‌ରେ ଏକ ଦ୍ରୁତଗାମୀ…

4 mins ago

ଏଠି ସ୍ୱାର୍ଥ କି ଅର୍ଥ ନୁହେଁ, ଦିବ୍ୟାଙ୍ଗ ଦୁଇ ଭାଇଙ୍କ ଭିତରେ ରହିଛି ଅନାବିଳ ସ୍ନେହ

ଉଦଳା(କେନ୍ୟୁଜ): ମୋ ଭାଇର ଇଚ୍ଛା ହେଇଛି ସେ ବଜାର ବୁଲିଯିବ । ତେଣୁ ତାକୁ ନେଇ ଚାଲିଆସିଛି ଟିକେ ବୁଲେଇ ନେବା…

9 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଦୁର୍ଘଟଣା: ହେଲ୍ପଲାଇନ ନମ୍ବର ଜାରି, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ

ପଶ୍ଚିମବଙ୍ଗ ଦାର୍ଜିଲିଂରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ମାଲବାହୀ ଟ୍ରେନ ଦୁର୍ଘଟଣା ପରେ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ନିଖୋଜ ବା…

23 mins ago

ୟୁପିର ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ, କିଛି ମିନିଟ୍‌ ଭିତରେ ସବୁ ଜଳି ଛାରଖାର

ଉତ୍ତର ପ୍ରଦେଶର ଶାହାଜହାଁପୁରରେ ଏକ ସିନେମା ହଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହଲ୍‌ ଭିତରେ ନିଆଁ ଦେଖି ଲୋକମାନେ…

23 mins ago

ୟୁଟ୍ୟୁବରେ ଆସିବ ଗୁଗଲ ଲେନ୍ସ ବଟନ୍‌, ଭିଡିଓ ସର୍ଚ୍ଚ କରିବା ହେବ ଆହୁରି ସହଜ

ଗୁଗଲର ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ହେଉଛି ୟୁଟ୍ୟୁବ୍ । ପ୍ରତ୍ୟେକ ଦିନ ବିଶ୍ୱର କୋଟି କୋଟି ଲୋକ…

33 mins ago