ରାଜ୍ୟ

ବିବାହ ଭୋଜି ଖାଇ ଗୋଟିଏ ଗାଁର ୫୦୦ ଲୋକ ଅସୁସ୍ଥ, ସମସ୍ତଙ୍କୁ ହେଉଛି ଝାଡ଼ାବାନ୍ତି

 ପିପିଲି (କେନ୍ୟୁଜ୍‌) : ବିବାହ ଭୋଜି ଖାଇ ପାଂଚ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ। ସମସ୍ତେ ହୋଇଛନ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ। ଗୋଟିଏ ବିବାହର ଭୋଜି ଖାଇ ଏମିତି ହନ୍ତସନ୍ତ ହୋଇଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ସହନା ଗ୍ରାମରେ।

ସୂଚନା ମୁତାବକ ଏହି ଗ୍ରାମରେ କାହ୍ନୁ ଜୟସିଂହଙ୍କ ପୁତୁରା ନିହାର ଜୟସିଂହଙ୍କ ବିବାହ ଭୋଜି ଗ୍ରାମବାସୀଙ୍କ ଉଦ୍ଦ୍ୟେରେ କରାଯାଇଥିଲା। ଗ୍ରାମର ଛୋଟରୁ ବଡ଼ ସମସ୍ତେ ଏହି ଭୋଜିରେ ସାମିଲ ହୋଇଥିଲେ । ଦିନ ତମାମ୍ ଭୋଜି ଚାଲିଥଲା । ତେବେ ଲୋକମାନେ ଭୋଜି ଖାଇ ଘରକୁ ଫେରିଥିଲେ। ସଂଧ୍ୟା ସମୟରେ ସବୁକିଛି ଠିକ୍ ଠାକ୍ ଥିଲା । କିନ୍ତୁ ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ଦେହ ଅସୁସ୍ଥ ହେବାରେ ଲାଗିଥିଲା । ଏହା ପରେ ଜଣଙ୍କ ପରେ ଜଣେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ପ୍ରାୟତଃ ସମସ୍ତଙ୍କର ସମସ୍ୟା ଗୋଟିଏ ଥିଲା। ପେଟ କାଟିବା ସହିତ ଝାଡ଼ାବାନ୍ତି ହେବା।

କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଏହା ଅଧିନରେ ଥିବା ସମସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀମାନେ ଏଠାକୁ ଆସି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା କରିଥିଲେ । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଠି ରୋଗୀମାନଙ୍କୁ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଛି । ତେବେ ରୋଗୀମାନଙ୍କ ଅବସ୍ଥା ଭଲ ରହିଥିବାବେଳେ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବାର କଣାସ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାକ୍ତର କହିଛନ୍ତି ।

ତେବେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସହିତ ବ୍ଳକ ଅଧ୍ୟକ୍ଷ ଉପସ୍ଥିତ ରହିଛନ୍ତି। ତେବେ ହସ ଖୁସିରେ ହେଉଥିବା ବିବାହ ଭୋଜି ଖାଇ ଗ୍ରାମର ପାଂଚ ଶହରୁ ଉର୍ଦ୍ଧ୍ୱ ଗ୍ରାମାବାସୀ ଅସୁସ୍ଥ ହେବା ପରେ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଂଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ତେବେ ଗୋଟିଏ ବିବାହ ଭୋଜି ଖାଇ ଗାଁରେ ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେବା ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Pritiparna

Recent Posts

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

8 mins ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

12 mins ago

ଦିନ ୧୦ଟାରୁ ୩ଟା ଯାଏ ପ୍ରଚଣ୍ଡ ଖରାରେ ଘରୁ ନ ବାହାରିବାକୁ ଅପିଲ୍

ଭୁବନେଶ୍ୱର(କେନ୍ୟୁଜ୍‌) : ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କୁ ସତର୍କ କଲେ ମୁଖ୍ୟ ସଚିବ ପ୍ରଦୀପ ଜେନା । ଗତ…

22 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

48 mins ago

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟର କାରଣ ପାଇଁ ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର (କେନ୍ୟୁଜ୍‌): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସ୍ୱାଭାବିକ ମୃତ୍ୟକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ମୃତ୍ୟୁର କାରଣ ଜାଣିବାକୁ…

1 hour ago

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

1 hour ago