Below header

ବିବାହ ଭୋଜି ଖାଇ ଗୋଟିଏ ଗାଁର ୫୦୦ ଲୋକ ଅସୁସ୍ଥ, ସମସ୍ତଙ୍କୁ ହେଉଛି ଝାଡ଼ାବାନ୍ତି

 ପିପିଲି (କେନ୍ୟୁଜ୍‌) : ବିବାହ ଭୋଜି ଖାଇ ପାଂଚ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ। ସମସ୍ତେ ହୋଇଛନ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ। ଗୋଟିଏ ବିବାହର ଭୋଜି ଖାଇ ଏମିତି ହନ୍ତସନ୍ତ ହୋଇଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକର ସହନା ଗ୍ରାମରେ।

ସୂଚନା ମୁତାବକ ଏହି ଗ୍ରାମରେ କାହ୍ନୁ ଜୟସିଂହଙ୍କ ପୁତୁରା ନିହାର ଜୟସିଂହଙ୍କ ବିବାହ ଭୋଜି ଗ୍ରାମବାସୀଙ୍କ ଉଦ୍ଦ୍ୟେରେ କରାଯାଇଥିଲା। ଗ୍ରାମର ଛୋଟରୁ ବଡ଼ ସମସ୍ତେ ଏହି ଭୋଜିରେ ସାମିଲ ହୋଇଥିଲେ । ଦିନ ତମାମ୍ ଭୋଜି ଚାଲିଥଲା । ତେବେ ଲୋକମାନେ ଭୋଜି ଖାଇ ଘରକୁ ଫେରିଥିଲେ। ସଂଧ୍ୟା ସମୟରେ ସବୁକିଛି ଠିକ୍ ଠାକ୍ ଥିଲା । କିନ୍ତୁ ବିଳମ୍ବିତ ରାତିରେ ଗ୍ରାମବାସୀଙ୍କ ଦେହ ଅସୁସ୍ଥ ହେବାରେ ଲାଗିଥିଲା । ଏହା ପରେ ଜଣଙ୍କ ପରେ ଜଣେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ପ୍ରାୟତଃ ସମସ୍ତଙ୍କର ସମସ୍ୟା ଗୋଟିଏ ଥିଲା। ପେଟ କାଟିବା ସହିତ ଝାଡ଼ାବାନ୍ତି ହେବା।

dieheria1କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଏହା ଅଧିନରେ ଥିବା ସମସ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟକର୍ମୀମାନେ ଏଠାକୁ ଆସି ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା କରିଥିଲେ । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରୁ ଠାରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ସବୁଠି ରୋଗୀମାନଙ୍କୁ ସାଲାଇନ ଲଗାଯାଇ ଚିକିତ୍ସା କରାଯାଉଛି । ତେବେ ରୋଗୀମାନଙ୍କ ଅବସ୍ଥା ଭଲ ରହିଥିବାବେଳେ ସେମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଥିବାର କଣାସ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାକ୍ତର କହିଛନ୍ତି ।

ତେବେ ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସହିତ ବ୍ଳକ ଅଧ୍ୟକ୍ଷ ଉପସ୍ଥିତ ରହିଛନ୍ତି। ତେବେ ହସ ଖୁସିରେ ହେଉଥିବା ବିବାହ ଭୋଜି ଖାଇ ଗ୍ରାମର ପାଂଚ ଶହରୁ ଉର୍ଦ୍ଧ୍ୱ ଗ୍ରାମାବାସୀ ଅସୁସ୍ଥ ହେବା ପରେ ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଂଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ତେବେ ଗୋଟିଏ ବିବାହ ଭୋଜି ଖାଇ ଗାଁରେ ଏତେ ସଂଖ୍ୟାରେ ଲୋକ ଆକ୍ରାନ୍ତ ହେବା ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.