ଚେକ କରିନିଅନ୍ତୁ ଆପଣଙ୍କ ଚାଲାଣ ପେଣ୍ଡିଙ୍ଗ ରହିଯାଇନି ତ? ତେବେ ମହଙ୍ଗା ପଡିପାରେ ପରିଣାମ

ଟ୍ରାଫିକ ଚାଲାଣ ଜରିମାନା ରାଶି ନ ଭରିଲେ ଏବେ ଆପଣଙ୍କୁ ମହଙ୍ଗା ପଡିପାରେ। ଯଦି ଆପଣଙ୍କ ଚାଲାଣ କଟିଯାଇଛି ଏବଂ ଏବେ ଯାଏଁ ନ ଭରିଛନ୍ତି, ତେବେ ତୁରନ୍ତ ଭରିଦିଅନ୍ତୁ। ନଚେତ ଏମିତି ଆଉ ନହେଉ ଯେ ଆପଣଙ୍କୁ ଜରିମାନା ରାଶି ଇନସୁରାନ୍ସ ଆକାରରେ ଦେବାକୁ ହେବ। ଏହାସହିତ ଆପଣଙ୍କ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ଏବଂ ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ଅର୍ଥାତ୍‌ ପିୟୁସି ସାଟିର୍ଫିକେଟ୍‌ ମଧ୍ୟ ରଦ୍ଦ ହୋଇଯାଇପାରେ।

ପ୍ରତିଦିନ କଟୁଛି ୨୫ ହଜାର ଚାଲାଣ

ଦିଲ୍ଲୀ ଟ୍ରାଫିକ ପୋଲିସଙ୍କ କହିବାନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ୭୦ ପ୍ରତିଶତ ଚାଲାଣ କ୍ୟାମେରା ସାହାଯ୍ୟରେ କଟାଯାଉଛି। ସେହିପରି ସ୍ପିଡ୍‌ କ୍ୟାମେରା ଜରିଆରେ ୨୫ ହଜାର ଚାଲାଣ କଟାଯାଉଛି। ଟ୍ରାଫିକ ପୋଲିସଙ୍କ କହିବାନୁଯାୟୀ ଏଥିରେ ୬୦ ପ୍ରତିଶତ ଚାଲାଣର ପେମେଣ୍ଟ ଏଯାଏଁ ଲୋକମାନେ କରିନାହାଁନ୍ତି।

ଟ୍ରାଫିକ ଉଲଙ୍ଘନ କଲେ ମିଳିବ ପଏଣ୍ଟ

ଏହାବ୍ୟତୀତ ଟ୍ରାଫିକ ନିୟମ ଉଲଙ୍ଘନ କଲେ ଆପଣଙ୍କ ଉପରେ ପଏଣ୍ଟ ଉପରେ ପଏଣ୍ଟ ବଢ଼ିଚାଲିବ। ଯାହାର ପ୍ରିମିୟମ ବଢ଼ି ବଢ଼ି ଚାଲିବ। ଇରଡାର ଡ୍ରାଫ୍ଟ ମୁତାବକ ନିଶାରେ ଥାଇ ଗାଡି ଚଲାଇବା ଦ୍ୱାରା ସର୍ବାଧିକ ଟ୍ରାଫିକ ଉଲଙ୍ଘନ ପଏଣ୍ଟସ ମିଳିବ। ଯଦି ଏହି ଅପରାଧ ବାରମ୍ବାର ଦୋହରାନ୍ତି ତାହେଲେ ପଏଣ୍ଟସ ଦୁଇଗୁଣା ଏବଂ ତିନି ଗୁଣା ହୋଇଯିବ।
ଜଗତସିଂହପୁର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.