ଫାଇଜର ଟିକା ନେବା ପରେ ଆମେରିକୀୟ ମହିଳାଙ୍କ ମୃତ୍ୟୁ, ଚିନ୍ତାରେ ବୈଜ୍ଞାନିକ

କରୋନା ଟିକା ନେବା ପରେ ସୁସ୍ଥ ହେବା ବଦଳରେ ପ୍ରାଣ ହରାଇଲେ ମହିଳା। ଏଭଳି ଅଭାବନୀୟ ଘଟଣା ଘଟିଛି ଆମେରିକାର ଭର୍ଜିନିଆଠାରେ। ଏଠାରେ କୋଭିଡ୍‌ ଟିକା ଫାଇଜର ନେବା ପରେ ପରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତେବେ ମହିଳାଙ୍କ ମୃତ୍ୟୁର କାରଣ କୋଭିଡ୍‌ ଟିକା ନା ଆଉ କିଛି ସେ ନେଇ ତଦନ୍ତ ପରେ ଜଣାପଡ଼ିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ଓ୍ଵାରସ ସହରର ପୋଲିସ ଅଧିକାରୀ ଜୋଆନ୍‌ କେଣ୍ଟ ଶୁକ୍ରବାର ସୂଚନା ଦେବା ଅବସରରେ କହିଛନ୍ତି, ୫୮ ବର୍ଷୀୟା ଡ୍ରେନେ କେଇଜ୍‌ ସହରର ଏକ କ୍ଲିନିକ୍‌ରେ ଟିକା ନେବା ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ମେଡିକାଲକୁ ନେବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁ ପଛରେ ସତରେ କରୋନା ଟିକା ହିଁ ଦାୟୀ କି ନାହିଁ ତାହାର ପ୍ରମାଣ ଏବେ ଯାଏଁ ମିଳିପାରିନାହିଁ।

ରିପୋର୍ଟ ମୁତାବକ, ଟିକା ନେବା ପରେ ଡ୍ରେନେ ହସ୍ପିଟାଲରେ ୧୫ ମିନିଟ୍‌ ବିଶ୍ରାମ ନେଇଥିଲେ। ତା’ପରେ ଘରକୁ ଫେରିଥିଲେ। ମାତ୍ର ଘରେ ପହଞ୍ଚିବା ପରେ ତାଙ୍କ ଠାରେ ବିଭିନ୍ନ ଅସ୍ୱାଭାବିକ ଲକ୍ଷଣ ଦେଖାଯାଇଥିଲା। ପରେ ସେ ପୁନଶ୍ଚ ମେଡିକାଲ ଆସିଥିଲେ, ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.