ଚାଣକ୍ୟ ନୀତି: କାମ ବେଳେ ଯଦି ଶୋଇପଡ଼ନ୍ତି ଏହି ୭ ଜଣ, ତେବେ ତୁରନ୍ତ ଉଠାଇଦିଅନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ଏକାଧାରା ଥିଲେ ଜଣେ ନୀତିଶାସ୍ତ୍ରଜ୍ଞ, ଅର୍ଥଶାସ୍ତ୍ରଜ୍ଞ ଓ କୁଟନୀତିଜ୍ଞ। ଚାଣକ୍ୟଙ୍କ ନୀତି ଶାସ୍ତ୍ରରେ ଜୀବନକୁ ସରଳ ଓ ସହଜ କରିବା ଉପାୟ ଲୁଚି ରହିଛି, ଯାହାକୁ ଲୋକମାନେ ଆଜି ବି ଆପଣାଉଛନ୍ତି। କୁହାଯାଏ, ଚାଣକ୍ୟଙ୍କ ନୀତି ଆପଣାଇବା ବହୁତ କଷ୍ଟସାଧ୍ୟ। କିନ୍ତୁ ଯେଉଁମାନେ ଜୀବନରେ ଏହାକୁ ଆପଣାଇଥାନ୍ତି, ସେମାନଙ୍କୁ ସଫଳ ହେବାରେ କେହି ରୋକିପାରିବେ ନାହିଁ। ଚାଣକ୍ୟ ନୀତିର ଏକ ଶ୍ଲୋକ ମାଧ୍ୟମରେ କୁହାଯାଇଛି, କେଉଁମାନଙ୍କୁ ତୁରନ୍ତ ନିଦରୁ ଉଠାଇଦେବା ଉଚିତ୍‌।

ଚାଣକ୍ୟଙ୍କ ଅନୁସାରେ, ଛାତ୍ର, ସେବକ, ରାସ୍ତାରେ ଯାଉଥିବା ପଥିକ, ଯାତ୍ରୀ, ଭୋକିଲା ବ୍ୟକ୍ତି, ଭଣ୍ଡାରର ସୁରକ୍ଷା କରୁଥିବା ଦ୍ୱାରପାଳ ଓ ଡରୁଥିବା ବ୍ୟକ୍ତି ଯଦି ନିଜ କାମ ସମୟରେ ଶୋଇପଡ଼ିଛନ୍ତି, ତେବେ ତୁରନ୍ତ ସେମାନଙ୍କୁ ନିଦରୁ ଉଠାଇଦେବା ଉଚିତ୍‌। ଚାଣକ୍ୟ କହିଛନ୍ତି, ଯଦି ଛାତ୍ର ଶୋଇ ରହିବ ତେବେ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତ ହେବ। ମାଲିକ ଯଦି ସେବକକୁ ଶୋଇଥିବାର ଦେଖେ ତ ସେ ତାକୁ ଚାକିରିରୁ ବାହାର କରିଦେବେ। ଫଳରେ ଏମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ନୀତି ଶାସ୍ତ୍ର ଅନୁସାରେ, ଯଦି ଯାତ୍ରା ବେଳେ କୌଣସି ଯାତ୍ରୀ ଶୋଇଯାଏ ତେବେ ତାଙ୍କ ସହ କିଛି ବି ଅଘଟଣ ଘଟିପାରେ। ସେହିଭଳି ଯଦି କେହି ଭୋକରେ ଶୋଇଛି, ତେବେ ତାକୁ ଉଠାଇ ଦେବା ତା ପାଇଁ ଭଲ। ସେହିପରି ଡରୁଥିବା ବ୍ୟକ୍ତିଙ୍କୁ ନିଦରୁ ଉଠାଇଦେବା ଉଚିତ। ନଚେତ୍‌ ସେ ଅଧିକ ଡରିପାରେ।

ଆଚାର୍ଯ୍ୟ ଚାଣକ୍ୟ ଏହି ଶ୍ଲୋକରେ ଆହୁରି ମଧ୍ୟ କହିଛନ୍ତି, ଶୋଇଥିବା ବ୍ୟକ୍ତିକୁ ନିଦରୁ ଉଠାଇବା ଅନୁଚିତ। ନିଦ୍ରା, ଶାରୀରିକ ଓ ମାନସିକ ବିଶ୍ରାମର ଏକ ଅବସ୍ଥା, ଯେଉଁଥିରେ ବ୍ୟକ୍ତିଙ୍କୁ ମାନସିକ ସନ୍ତୁଳନ ମିଳେ। ଏଣୁ ଶୋଇଥିବା ଜୀବଜନ୍ତୁକୁ ଉଠାଇବାକୁ ଓ ରାତିରେ ଗଛକୁ ସ୍ପର୍ଶ କରିବାକୁ ମନା କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.