ନଦିମଙ୍କ ବଲରେ ଧରାଶାୟୀ ହେଲେ ଜୋ ରୁଟ, ତଥାପି ଇଂଲଣ୍ଡ ସ୍କୋରରେ ଲାଗୁନି ବ୍ରେକ

ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନ ଖେଳରେ ଏଯାଏଁ ଇଂଲଣ୍ଡ ୬ ଉଇକେଟ ହରାଇ ୫୨୧ ରନ୍ କରିଛି। ଇଂଲଣ୍ଡର ସ୍କୋରକୁ ଆଗକୁ ନେବାରେ ରୁଟ୍ ଙ୍କ ଭୂମିକା ବେଶ ରହିଛି। ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଆକର୍ଷଣୀୟ ଫର୍ମରେ ରହି ୨୧୮ ରନ କରିଛନ୍ତି। ଯାହା ପରେ ରୁଟ ନଦିମଙ୍କ ବଲରେ ଆଉଟ ହୋଇଛନ୍ତି। ଚେନ୍ନାଇରେ ନିଜର ୧୦୦ ତମ ଟେଷ୍ଟ୍ ଖେଳୁଥିବା ରୁଟ୍ ଦମଦାର ଦ୍ୱିଶତକ ଲଗାଇଛନ୍ତି । ଭାରତ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚର ଦ୍ୱିତୀୟ ଦିନରେ ସେ ଏକ ବଡ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।

ଚେନ୍ନାଇ ଟେଷ୍ଟରେ ରୁଟ୍ ୨୦୦ ରନ୍ କରି ସାରିଛନ୍ତି । ଲଗାତର ଭାବେ ସେ ତିନୋଟି ଟେଷ୍ଟ ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି । ଏହି ତାଲିକାରେ ସେ ସପ୍ତମ ସ୍ଥାନରେ ପହଁଚିଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.