ରାଜ୍ୟ

ଶେଷ ହୋଇଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା,ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ବାହାନାଗା, ବାଲେଶ୍ୱର ସଦର ଓ ରେମୁଣା ଦେଇ ବାତ୍ୟା ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ ୧୪୦ରୁ ୧୪୫ କିଲୋମିଟର ରହିଥିଲା। ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୟୂରଭଞ୍ଜରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୟସ’ ପ୍ରଭାବରେ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ସର୍ବାଧିକ କ୍ଷୟକ୍ଷତି ହୋଇଛି। ଅନେକ ସ୍ଥାନରେ ଗଛପଡ଼ି ଗମନାଗମନ ବନ୍ଦ ରହିଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁରରେ ବିଶେଷ କ୍ଷୟକ୍ଷତି ହୋଇନାହିଁ।

 ଶିମିଳିପାଳର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ବୁଢ଼ାବଳଙ୍ଗରେ ଜଳସ୍ତର ବୃଦ୍ଧି ହୋଇ ଫ୍ଳାସ ଫ୍ଲଡ ହୋଇପାରେ। ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଛି। ୩ ଟି ଜିଲ୍ଲାରେ ସନ୍ଧ୍ୟା ସୁଦ୍ଧା ଗଛ ପଡିଥିବା ସ୍ଥାନ ସଫା ହୋଇଯିବ । ବିଭିନ୍ନ ସ୍ଥାନରେ ବିଦ୍ୟୁତ ମରାମତି କାର୍ଯ୍ୟ ଆରମ୍ଭ ହୋଇଯାଇଥିବା SRC ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲାରେ ପବନ କମିବା ପରେ ରାସ୍ତା କାମ ଆରମ୍ଭ ହୋଇଛି। ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଥିବା ନଜରକୁ ଆସିଛି। ରେମୁଣା ଓ ବାହାନଗା ଅଞ୍ଚଳରେ ୪ ମିଟର ଉଚ୍ଚର ଜୁଆର ଉଠିଥିଲା। ଧୀରେ ଧୀରେ ଏହା କମିବାରେ ଲାଗିଛି। ବାଲେଶ୍ୱର ଓ କେନ୍ଦୁଝରରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଆସିଛି। ଘଟଣାର ତଦନ୍ତ ପରେ ସବିଶେଷ ରିପୋର୍ଟ ଆସିବ ବୋଲି SRC ସୂଚନା ଦେଇଛନ୍ତି।

KNews Bureau

Recent Posts

କାକଟପୁରରେ ଭୋଟ ଦେଲେ ୧୧୧ବର୍ଷର ବୃଦ୍ଧ, ଭାବପ୍ରବଣ ହୋଇ କାନ୍ଦିପକାଇଲେ

କାକଟପୁର(କେନ୍ୟୁଜ୍‌): ଆଜି ଶେଷ ପର୍ଯ୍ୟାୟରେ କାକଟପୁର ନିର୍ବାଚନ ମଣ୍ଡଳୀରେ ୨୮୦ଟି ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ଚାଲୁରହିଛି । ଏହି…

4 mins ago

ବାଇକରେ ଟଙ୍କା ଭତ୍ତି ବ୍ୟାଗ୍‌ ରଖି ଆଖୁ ରସ ପିଉଥିଲେ, କିନ୍ତୁ ପିଇସାରି ମୁହଁ ବୁଲାଇବାବେଳକୁ ଟଙ୍କା ଗାୟବ

ଗଞ୍ଜାମ (କେନ୍ୟୁଜ) : ଆଖୁ ରସ ପିଉଥିଲେ ଏପଟେ ଲୁଟିନେଇ ଚାଲିଗଲେ । ହଁ ଆଜ୍ଞା ଆଖୁ ରସ ପିଉଥିବା…

21 mins ago

CBSE ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା : ରେଜିଷ୍ଟ୍ରେସନ ଆରମ୍ଭ, ଜୁଲାଇ ୧୫ରେ ପରୀକ୍ଷା, ଜାଣନ୍ତୁ କେମିତି କରିବେ ଆବେଦନ

ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

31 mins ago

କେନ୍ଦ୍ର କର୍ମଚାରୀଙ୍କୁ ବଡ ଉପହାର, ଡିଏ ପରେ ଏବେ ଗ୍ରାଚ୍ୟୁଟିରେ ୨୫% ବୃଦ୍ଧି

କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ ଆଶ୍ବସ୍ତିକର ଖବର । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଯିବା ପରେ ସେମାନଙ୍କୁ ଆଉ ଏକ…

38 mins ago

ଦିଲ୍ଲୀ: ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଜଳିଗଲା ବିଲ୍ଡିଂ

ଦିଲ୍ଲୀର କାଶ୍ମୀରୀ ଗେଟ୍ ମେଟ୍ରୋ ଥାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ମେ’ ୩୧ ତାରିଖ ରାତିରେ…

55 mins ago

ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ: ଦିନ ୧୧ଟା ସୁଦ୍ଧା ୨୨.୯୭ ପ୍ରତିଶତ ମତଦାନ

କେନ୍ୟୁଜ୍‌: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୧୧ଟା…

56 mins ago